ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଭାସିଲା ଜାତୀୟ ରାଜପଥ

author img

By

Published : Oct 8, 2021, 8:21 PM IST

ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା

ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା MV-୭ ପୋଲ ଉପରେ ୩ରୁ ୪ ଫୁଟ୍‌ର ପାଣି ଚାଲୁଥିବା ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ...

ମାଲକାନଗିରି : ଲଗାଣ ବର୍ଷାରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା MV-୭ ପୋଲ ଉପରେ ୩ରୁ ୪ ଫୁଟ୍‌ର ପାଣି ଚାଲୁଥିବା ଦେଖିବାକୁ ମିଳିଥିଲା । ତୁହାକୁ ତୁହା ବର୍ଷାରେ ମାଲକାନଗିରି ମୋଟୁ 326 ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶତାଧିକ ଗାଡ଼ି ଉଭୟ ପାର୍ଶ୍ୱରେ ଅଟକି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି ।

ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା

ମାଲକାନଗିରି ସହରକୁ ଲାଗି ରହିଥିବା MV-୭ ପୋଲ ଉପରେ ଏବେବି ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଉଭୟ ପାର୍ଶ୍ୱରେ ଜଗି ରହିଛି । ପୋଲର ଉଭୟ ପାର୍ଶ୍ଵରେ ବିପଦ ସଙ୍କେତ ଦର୍ଶାଇବା ପାଇଁ ନାଲି ଫିତା ଟଣା ଯାଇଛି । କୌଣସି ଅଘଟଣ ଆଶଙ୍କାରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ପୋଲ ନିକଟରେ ରହି ଲୋକଙ୍କୁ ସଚେତନ କରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୧୩୮ ମିମି ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.