ମାଲକାନଗିରିରେ ପୋଲିସ-ମାଓବାଦୀ ଗୁଳି ବିନିମୟ

author img

By

Published : Sep 21, 2021, 5:45 PM IST

ମାଲକାନଗିରିରେ ପୋଲିସ-ମାଓ ମଧ୍ୟରେ ଗୁଳିବିନିମୟ

ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର କିରିମ୍ ଟିଟି ଓ ଚାନ୍ଦମେଟା ଜଙ୍ଗଲରେ ମାଓବାଦୀ ଓ ପୋଲିସଙ୍କ ମଧ୍ଯରେ ଗୁଳିବିନିମୟ ଜାରି ରହିଛି । ଅଧିକ ପଢ଼ନ୍ତୁ...

ମାଲକାନଗିରି: ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର କିରିମ୍ ଟିଟି ଓ ଚାନ୍ଦମେଟା ଜଙ୍ଗଲରେ ମାଓବାଦୀ ଓ ପୋଲିସଙ୍କ ମଧ୍ଯରେ ଗୁଳିବିନିମୟ ଜାରି ରହିଛି । ଏହି ଅପରେସନରେ DVF ଏବଂ SOG ଟିମ୍ ସାମିଲ ରହିଛନ୍ତି । ଏହାକୁ ନେଇ ମାଲକାନଗିରିର SP ପ୍ରହଲ୍ଲାଦ ମିନା ସୂଚନା ଦେଇଛନ୍ତି ।

ମାଲକାନଗିରି ତୁଳସୀ ପାହାଡରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ମାଥିଲି ଥାନା ଅନ୍ତର୍ଗତ କିରିମିଟି ଓ ଚାନ୍ଦମେଟା ଜଙ୍ଗଲରେ ମାଓ-ପୋଲିସ ଗୁଳିବିନିମୟ ଜାରି ରହିଛି । ମାଓବାଦୀଙ୍କ ସହ DVF ଏବଂ SOG ଯବାନ ମୁହାଁମୁହିଁ ହୋଇଛି । ଦୀର୍ଘ ସମୟ ଧରି ଗୁଳିବିନିମୟ ଚାଲିଛି । ଯବାନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାନାହିଁ ।

ମାଲକାନଗିିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.