ମାଥିଲିରେ ଅଜଣା ରୋଗରେ ୮ ଜଣଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଦ ଜନିତ ମୃତ୍ୟୁ ମନ୍ତବ୍ୟକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ

author img

By

Published : Sep 13, 2022, 6:25 PM IST

ମାଥିଲିରେ ଅଜଣା ରୋଗରେ ୮ ଜଣଙ୍କ ମୃତ୍ୟୁ, ସ୍ବାସ୍ଥ୍ୟ ଅଧିକାରୀଙ୍କ ମଦ ଜନିତ ମୃତ୍ୟୁ ମନ୍ତବ୍ୟକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ

ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୮ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଏହା ମଦ ଜନିତ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ କହୁଥିବା ବେଳେ ଏହାକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ । ଅଧିକ ପଢନ୍ତୁ

ମାଲକାନଗିରି: ଭୟ ଓ ଆଶଙ୍କାରେ ମାଲକାନଗିରିବାସୀ । ଅଜଣା ରୋଗ ଆତଙ୍କର ଛନକା ସମସ୍ତଙ୍କ ମନରେ । କାହିଁକି ନା କେତେବେଳେ କାହର ବି ଜୀବନ ଯାଇପାରେ ଏହି ଆଜଣା ରୋଗରେ, ମାଥିଲି ବ୍ଲକର ହଳଦୀକୁଣ୍ଡ ଗ୍ରାମରେ ଗତ ୧୦ ଦିନ ମଧ୍ୟରେ ଏହି ଅଜଣା ରୋଗ ଯୋଗୁଁ ୬ଜଣ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ୭ବର୍ଷ ଶିଶୁର ଜୀବନ ଯାଇଛି । ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ଗୋଡ ଫୁଲୁଛି , ଗୋଡ ଫୁଲିବା ସାଙ୍କକୁ ଜ୍ବର ଆସୁଛି । ଏହା ପରେ ତିନିରୁ ଚାରି ଦିନ ଭିତରେ ଚାଲିଯାଉଛି ଜୀବନ ।

ମାଥିଲିରେ ଅଜଣା ରୋଗରେ ୮ ଜଣଙ୍କ ମୃତ୍ୟୁ, ସ୍ବାସ୍ଥ୍ୟ ଅଧିକାରୀଙ୍କ ମଦ ଜନିତ ମୃତ୍ୟୁ ମନ୍ତବ୍ୟକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ

ଏହି ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟ ବିଭାଗ, ହଳଦିକୁଣ୍ଡ ଗାଁରେ ସ୍ବାସ୍ଥ୍ୟବିଭାଗର ଟିମ୍ ପହଞ୍ଚି ଆରମ୍ଭ କରିଛି ଚିକିତ୍ସା । ଗୁରୁତ୍ୱର ରୋଗୀଙ୍କୁ ପଠାଯାଉଛି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ । ଏ ସବୁ ଭିତରେ ରୋଗର କାରଣ ଖୋଜିବା ପାଇଁ ରକ୍ତ ନମୁନା, ପିଇବା ପାଣି ଓ ଖାଇବା ଖାଦ୍ୟର ନମୁନା ନେଇ ପରକ୍ଷା ପାଇଁ ପଠାଇଛନ୍ତି ସ୍ବାସ୍ଥ୍ୟବିଭାଗ ଅଧିକାରୀ । ସେହିପରି ୯ଜଣ ଗୁରୁତରଙ୍କ ରକ୍ତ ନମୁନା ଡେଙ୍ଗୁ,ଆନ୍ଥ୍ରାସ୍ ଓ ଲେପ୍ରୋସ୍ ପାରାଥିସ୍ ପରିକ୍ଷା କରାଯିବା କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ତେବେ ପ୍ରାଥମିକ ତଦନ୍ତରୁ ଏହାଏକ ମଦ୍ୟପାନ ଜନିତ ମୃତ୍ୟୁ ବୋଲି କହୁଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ-ଏୟାରପୋର୍ଟରେ ଧସେଇ ପସିଲା କାର୍‌, ଦୁଇ ଦିନରେ ଦୁଇଟି ବଡ ସଡକ ଦୁର୍ଘଟଣା

ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ''ସେଠାକାର ପାଣି ଟେଷ୍ଟି କରିଥିଲୁ, ଏଥି ସହ ଯେଉଁ ମାନେ ମୃତ୍ୟୁ ବରଣ କରିଛନ୍ତି ସେମାନେ ଆଲୋକହୋଲିକ । ଯେଉଁଥି ପାଇଁ ଲିଭର ଓ କିଡନୀ ଆଫେକ୍ଟ ହୋଇଛି, ସେମାନଙ୍କ ଠାରେ ନ୍ୟୁଟ୍ରିସନର ଅଭାବ ମଧ୍ୟ ରହିଛି । ତେବେ ପ୍ରାଥମିକ ତଦନ୍ତରୁ ଆଲକୋହୋଲିକ ଯୋଗୁଁ ମୃତ୍ୟୁ ହୋଇଥିବା ଡଣାପଡିଛି ।"

ଏହା ମଧ୍ୟରେ ହଳଦିକୁଣ୍ଡ ଅଞ୍ଚଳରକୁ ଅବକାରୀ ବିଭାଗର ଏକ ଟିମ୍ ପହଞ୍ଚି ବିଭିନ୍ନ ଅଞ୍ଚଳରୁ ଦେଶି ମଦ, ତାଡି ଜବତ କରି ୧୦ଟି ମାମଲା ରୁଜୁ କରାଯାଇ ଲୋକଙ୍କୁ ସଚେତନ କରାଯାଉଥିବା ଅବକାରୀ ଅଧିକାରୀ କହିଛନ୍ତି । ଏଥିସହ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନଙ୍କ ମଦ ମୃତ୍ୟୁ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ସେଠାକାର ଲୋକମାନେ ଅଖାଦ୍ୟ ଖାଇବା ସହ ପରିବେଶ ଅପରିଷ୍କାର ରହିଛି ଏହା ସେଠାକାର ସରପଞ୍ଚ ଓ ସ୍ଥାନୀୟ ଲୋକ ପ୍ରତିନିଧି ସହ ସେ ବୁଲି ଦେଖିଛନ୍ତି , ଏଣୁ ଏହା ଏକ ମଦମୃତ୍ୟୁ ନୁହେଁ । ତେବେ ସ୍ବାସ୍ଥ୍ୟବିଭାଗର ମତକୁ ଅବକାରୀ ବିଭାଗ ଖଣ୍ଡନ କରୁଥିବା ବେଳେ କିଏ କହୁଛି ସତ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ମଧ୍ଯରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ହଳଦୀକୁଣ୍ଡ ଗାଁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ଏହି ଘଟଣା ଉପରେ ସରକାରଙ୍କ ନଜର ରହିଥିବା କହିଛନ୍ତି । ଅପର ପକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ ଓ ସ୍ବତନ୍ତ୍ରବିକାଶ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ମାନସ ମାଡକାମି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୯ଜଣ ଆକ୍ରାନ୍ତ ରୋଗୀଙ୍କୁ ଦେଖା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.