ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

author img

By

Published : Nov 23, 2022, 7:49 AM IST

ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ବାବଧାନରେ ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ ହୋଇଥିଲା । ଅଧିକ ପଢ଼ନ୍ତୁ

ମାଲକାନଗିରି: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ବାବଧାନରେ ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇଛି । ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ ହୋଇଥିଲା । ଏହି ଅବସରରେ ଶହୀଦ ବୀର ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତକୁମାର ଜେନା, ପୂର୍ବତନ ଅଧ୍ୟାପକ ସରୋଜ ଦାସ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଏହାସହ ତାଙ୍କର ଦେଶ ସ୍ୱାଧୀନତା ଆନ୍ଦୋଳନରେ ଭୂମିକା ଓ ବଳିଦାନ ସମ୍ପର୍କରେ କହିଥିଲେ ।

ଜିଲ୍ଲାସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାଏକ ଯୋଗ ଦେଇ ଲକ୍ଷ୍ମଣଙ୍କ ବୀରତ୍ବ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପିଲାଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ନାୟକ, ମଡେଲ ଡିଗ୍ରୀ କଲେଜର ନିବେଦିତା ମିଶ୍ର ଏବଂ ସତ୍ୟ ନାରାୟଣ କଲେଜର ଅଭିଷେକ ପଟ୍ଟନାୟକ, କେନ୍ଦ୍ରୀୟ ବିଦ୍ୟାଳୟର ରୁଦ୍ର ମାଧବ ଚୌଧୁରୀଙ୍କୁ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଏବଂ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.