କେନାଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ

author img

By

Published : Sep 4, 2021, 10:57 PM IST

କେନାଲରୁ ଶିଶୁ କନ୍ୟାର ମୃତଦେହଉଦ୍ଧାର, ତଦନ୍ତ କରୁଛି ପୋଲିସ

ମାଲକାନାଗିରି ତଣ୍ଡାପାଲି କେନାଲରୁ ଉଦ୍ଧାର ହେଲା ଶିଶୁ କନ୍ୟାର ମୃତଦେହ । ମୃତଦେହ ଚିହ୍ନଟ ହୋଇ ନ ଥିବାବେଳେ ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ମାଲକାନାଗିରି: ତଣ୍ଡାପାଲି କେନାଲରେ ଭାସୁଥିବା ଅବସ୍ଥାରେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ତଣ୍ଡାପାଲି ପଞ୍ଚାୟତ ସଦର ମହକୁମାରେ ରହିଥିବା ଏକ କେନାଲରେ ଆଜି ଏକ ଶିଶୁ କନ୍ୟାର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ସ୍ଥାନୀୟ ପୁଲିସକୁ ଅବଗତ କରାଇଥିଲେ। ପରେ ମାଲକାନଗିରି ଅଗ୍ନିଶମ ବିଭାଗ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କିରଥିଲେ । ତେବେ ଗତ ୩ ଦିନତଳେ ମୃତଦେହକୁ କେନାଲରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ।

ତେବେ ଶିଶୁ କନ୍ୟାକୁ ମୃତ୍ୟୁ ପରେ ଫିଙ୍ଗା ଯାଇଛି ନା ହତ୍ୟା କରି ଫିଙ୍ଗା ଯାଇଛି ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି। ତେବେ ଏହି ଶିଶୁ କନ୍ୟାକୁ କାହିଁକି ଏବଂ କେଉଁ ପରିସ୍ଥିତିରେ ଫିଙ୍ଗା ଯାଇଛି ସେ ନେଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ମାଲକାନାଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.