ପାରା ଗ୍ଲାଇଡଙ୍ଗରେ ଇତିହାସ ରଚିଲେ ବଣ୍ଡା ଯୁବକ, ଜିଲ୍ଲା ପାଇଁ ଆଣିଲେ ଗୌରବ

author img

By

Published : Dec 2, 2022, 5:33 PM IST

Banda student became a glory for the district by taking paramilitary bravery training of Air Force

ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଲେ ଓଡିଆ ପୁଅ । ଯୁଦ୍ଧ ବିମାନ NA32 ଏୟାରକ୍ରାଫ୍ଟରୁ 1200 ଫୁଟ ଉପରୁ ଗ୍ଲାଡିଂ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଛାତ୍ର ଲକିନାଥ କିର୍ସାନୀ । ଅଧିକ ପଢ଼ନ୍ତୁ

ମାଲକାନଗିରି: ପାରାମିଲିଟାରିରେ ସାହାସିକତା ଦେଖାଇଲେ ଓଡ଼ିଆ ପୁଅ । ଓଡ଼ିଶା ବଣ୍ଡା ଜନଜାତିରେ ପ୍ରଥମ ଯୁବକ ଖୋଲା ଆକାଶରେ ପାରା ଗ୍ଲାଇଡଙ୍ଗ କରି ଇତିହାସ ରଚିଛନ୍ତି । ଯୁଦ୍ଧ ବିମାନ NA32 ଏୟାରକ୍ରାଫ୍ଟରୁ 1200 ଫୁଟ ଉପରୁ ଗ୍ଲାଡିଂ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଛାତ୍ର ଲକିନାଥ କିର୍ସାନୀ । ଯୁଦ୍ଧ ବିମାନରୁ ପାରାଚ୍ଯୁଟରେ ଅବତରଣ କରି ଅସୀମ ସାହାସର ପରିଚୟ ଦେଇଛନ୍ତି । ଲକିନାଥ ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି ।

ପାରା ଗ୍ଲାଇଡଙ୍ଗରେ ଇତିହାସ ରଚିଲେ ବଣ୍ଡା ଯୁବକ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପର୍କନମାଲା କୋଲନର ଆଦିମ ବଣ୍ଡା ଜନ ଜାତିର ବଣ୍ଡା ଯୁବକ ଲକିନାଥ କିର୍ସାନୀ । ସେ ମାଲକାନଗିରି ମହାବିଦ୍ୟଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର । ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଏନ୍‌ସିସି (NCC) କ୍ୟାମ୍ପରେ ସେ ଯୋଗଦେଇଥିଲେ । ସାରା ଭାରତରୁ ୧୪ ଲକ୍ଷ ଏନ୍‌ସିସି କ୍ୟାଡେଡ୍‌ ଯୋଗଦେଇଥିବା ବେଳେ ଲକିନାଥ ହେଉଛନ୍ତି ଓଡିଶା ରାଜ୍ୟର ଏକମାତ୍ର ଓଡ଼ିଆ ପୁଅ । ସାରା ଭାରତରେ 14 ଲକ୍ଷ ଏନ୍‌ସିସି କ୍ୟାଡେଡ ଅଛନ୍ତି । ସେମାନଙ୍କ ମଧ୍ଯରୁ ମାତ୍ର ୪୦ ଜଣଙ୍କୁ (୨୦ଜଣ ପୁଅ ଏବଂ ୨୦ଜଣ ଝିଅ) ପାରାମିଲିଟାରି ତାଲିମ ପାଇଁ ଚୟନ କରାଯାଇଥିଲା । ଭାରତୀୟ ବାୟୁସେନା ପକ୍ଷରୁ ଏହି ସାହାସିକତା ତାଲିମର ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମଟି ଭାରତର ସମସ୍ତ ରାଜ୍ଯର ଏନ୍‌ସିସି କ୍ୟାଡରମାନଙ୍କୁ ନେଇ ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଆୟୋଜନ କରାଯାଏ । ଯେଉଁଥିରେ ଭାଗନେଇ ଜିଲ୍ଲା ତଥା ଓଡିଶାର ପାଇଁ ଗୌରବ ସାଜିଛନ୍ତି ଲକିନାଥ କିର୍ସାନି । ଏହି ତାଲିମ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା । ଦୀର୍ଘ ୨୫ ଦିନ ଧରି ଚାଲିଥିବା ଉତ୍ତରପ୍ରଦେଶର ଆଗ୍ରା ଏୟାରବନ୍‌ ଟ୍ରେନିଂ ସ୍କୁଲରେ ଲକିନାଥ ୧୫ ଦିନର ତାଲିମ ନେଇଥିଲେ । କିଭଳି ଯୁଦ୍ଧ ବିମାନରୁ ଆବଶ୍ୟକସ୍ଥଳେ ପାରାଚ୍ଯୁଟ ମାଧ୍ୟମରେ ତଳକୁ ଗ୍ଲେଡିଂ କରିବେ ସେନେଇ କୌଶଳ ଶିଖିଥିଲେ ।

ସେନାବାହିନୀର ବିଭିନ୍ନ କୌଶଳ ତାଲିମ ନେବାପରେ ନଭେମ୍ବର ୧୨ ଓ ୧୩ ତାରିଖରେ ଦୁଇଦିନ ଧରି ନିଜ ପ୍ରୟାସ ଜାରି ରଖିଥିଲେ । ଲକିନାଥ ପ୍ରଥମେ ୩୦ ଫୁଟରୁ ଆରମ୍ଭ କରି ୧୨୦୦ ଫୁଟ୍‌ ଉଚ୍ଚତାରୁ ଯୁଦ୍ଧ ବିମାନ NA32 ଏୟାରକ୍ରାଫ୍ଟରୁ ଗ୍ଲାଡିଂ କରିଥିଲେ । ତେବେ ଗତ 23 ତାରିଖରେ ତାଙ୍କ ଟ୍ରେନିଂ ସାରି ଜନ୍ମମାଟିକୁ ଫେରିଥିଲେ । ଯାହାକୁ ନେଇ ସେ ଖୁସି ପ୍ରକଟ କରିବା ସହ ଏଭଳି ଏକ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିବାରୁ ସୌଭାଗ୍ୟ ମନେ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Archana Nag Case: ଦ୍ବିତୀୟ ଥର ପାଇଁ EDରେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଲକିନାଥ କିର୍ସାନି ମାଲକାନଗିରି ଫେରିଲା ପରେ ତାଙ୍କୁ ମାଲକାନଗିରି ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ସହକାରୀ ଜିଲ୍ଲାପାଳ ଅଜୟ କୁମାର ମାଡାଙ୍ଗୀ, ଜିଲ୍ଲା ରେଡ଼କ୍ରସ ଆବାହକ ଅଧ୍ୟାପକ ଓ ସମସ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଲକିନାଥଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଲକିନାଥଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ଆଶୀର୍ବାଦ ଦେଇଥିଲେ । ତାଙ୍କର ଏହି ପାରଦର୍ଶିତାକୁ ସାରା ରାଜ୍ୟ ଓ ମାଲକାନଗିରିବାସୀ ପ୍ରଶଂସା କରିଛନ୍ତି । ଲକିନାଥ ଆଗାମୀ ଦିନରେ ସେନାବାହିନୀରେ ସାମିଲ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.