ବୈପାରିଗୁଡା ଏନକାଉଣ୍ଟର ଘଟଣା: ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

author img

By

Published : Nov 29, 2022, 10:52 AM IST

Updated : Nov 29, 2022, 12:04 PM IST

baipariguda encounter case congress protest in malkangiri demands for justice

ବୈପାରିଗୁଡା ଏନକାଉଣ୍ଟର ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ଜିଲ୍ଲା କଂଗ୍ରେସ । 4ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଦାବିପତ୍ର ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମାଲକାନଗିରି: ଗତ 10ତାରିଖରେ ଦଖିନପଶ୍ଚିମାଞ୍ଚଳ DIG ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ମାଓବାଦୀଙ୍କୁ ନିହତ କରିଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଥିଲେ । କିନ୍ତୁ ମୃତ ଦୁଇଜଣ କୌଣସି ମାଓବାଦୀ ନଥିଲେ । ମୃତକଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାର ଧନ କମାର ଜିନେ ନାମକ ଜଣେ ବ୍ୟକ୍ତିଥିଲେ । ପୋଲିସ ନିଜର ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଘଟଣାକୁ ମାଓବାଦୀଙ୍କ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଏବଂ କଂଗ୍ରେସ ।

ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ନ୍ୟାୟ ଦାବିରେ ମୃତକଙ୍କ ପରିବାର ସହ କଂଗ୍ରସର କିର୍ମକର୍ତ୍ତା ଏକାଠି ହୋଇ ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନରୁ ବାହାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 4 ଦଫା ଦାବିନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡିକ ହେଲା ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ CBIକୁ ହସ୍ତାନ୍ତର, ପୀଡିତ ପରିବାରକୁ 20ଲକ୍ଷ କ୍ଷତିପୂରଣ, ଘଟଣାରେ ଜଡ଼ିତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ନିରୀହ ଜନସାଧରଣ ଲୋକଙ୍କୁ ମାଓବାଦୀ ଆଖ୍ୟା ଦେବା ବନ୍ଦ କରନ୍ତୁ । ଆଗାମୀ 15ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ମାଲକାନଗିରି

Last Updated :Nov 29, 2022, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.