ଗ୍ରେଡ ପେ ବୃଦ୍ଧି ଦାବି କରି ଅମଲା ସଂଘର ବିକ୍ଷୋଭ

author img

By

Published : Nov 16, 2022, 1:13 PM IST

ଗ୍ରେଡ ପେ ବୃଦ୍ଧି ଦାବି କରି ଅମଲା ସଂଘର ବିକ୍ଷୋଭ

ଅମଲା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଗ୍ରେଡ ପେ ବୃଦ୍ଧି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅମଲା ସଂଘ । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲା ଅମଲା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଗ୍ରେଡ ପେ ବୃଦ୍ଧି ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅମଲା ସଂଘ । ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଅମଲା ସଂଘର ଦାବି ନଶୁଣିଲେ ଆଗମୀ ଦିନରେ ଆନ୍ଦୋଳନଙ୍କୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଗ୍ରେଡ ପେ ବୃଦ୍ଧି ଦାବି କରି ଅମଲା ସଂଘର ବିକ୍ଷୋଭ

ସରକାରୀ ବୈମାତୃକ ମନୋଭାବ ଓ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ଅମଲା ସଂଘଙ୍କ ଦାବି ପୂରଣ ହେଉନାହିଁ । ଏନେଇ ଓଡ଼ିଶା ଅମଲା ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ଶତାଧିକ ଅମଲାମାନେ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଏକ ବିରାଟ ଶୋଭଯାତ୍ରାରେ ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ୨୦୧୭ ମସିହା ଠାରୁ ଅମଲାମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ତାଲିମ ନେଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଇ ନାହିଁ । ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାର ୩ ଶହ ଟଙ୍କା ଓ ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ଦାବି କରାଯାଇଛି ।

ଏହା ବି ପଢନ୍ତ...ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘର ବିକ୍ଷୋଭ

ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଗୁରୁତ୍ବ ଦେଉନଥିବା କହିଛି ସଂଘ । ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵର ଠାରେ ହେବାକୁ ଥିବା ଏକ ବିରାଟ ଆନ୍ଦୋଳନରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅମଲା ସଂଘର ସଭାପତି ଶ୍ୟାମସୁନ୍ଦର ନାୟକ, ଉପଦଷ୍ଟା କିଶୋର ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ଦାଶ, ସି. ଏଚ ରମେଶ ପ୍ରମୁଖ ଶତାଧିକ ସଭ୍ୟ ଓ ସଭ୍ୟାମାନେ ଯୋଗ ଦେଇଥିଲେ । ମଙ୍ଗଳବା ଅନ୍ୟଜିଲ୍ଲାଗୁଡିକରେ ମଧ୍ୟ ଅମଲା ସଂଘ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.