ମ୍ୟୁନିସିପାଲଟିରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

author img

By

Published : Sep 22, 2022, 4:46 PM IST

ମ୍ୟୁନିସିପାଲଟିରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ । ଅଧିକ ପଢନ୍ତୁ

ମାଲକାନଗିରି: ଜିଲ୍ଲା ପୌର ପରିଷଦରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଟେଣ୍ଡର ପ୍ରକ୍ରିୟା ବାହାରିଥିଲ। । ଏହି ଟେଣ୍ଡର ପ୍ରକ୍ରିୟା ନିମନ୍ତେ ଅନେକ ଠିକାଦାର ଆବେଦନ କରିଥିବା ବେଳେ ଏହି ପ୍ରକ୍ରିୟା ଖୋଲିବା ନିମନ୍ତେ ୧୨ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଥିବା ଦେଖାଦେଇଛି ।

ମ୍ୟୁନିସିପାଲଟିରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ସରକାରଙ୍କ ନିୟମ ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ନିମନ୍ତେ ଆବେଦନକାରୀ ଆବେଦନ କରିବା ପରେ ଯେଉଁ ଦିନ ଏହାର ଶେଷ ତାରିଖ ଥିଲା ଉକ୍ତ ଶେଷ ତାରିଖ ପୂର୍ବରୁ ଏହାକୁ ବାତିଲ କରିବାର ନିୟମ ଅଛି । କିନ୍ତୁ ଏହାର ଶେଷ ଦିନ ୧୨ ତାରିଖ ଥିବା ଏବଂ ଏହି ତାରିଖ ହୋଇ ଯାଇଥିଲେ ସୁଦ୍ଧା ଟେଣ୍ଡର ଖୋଲା ଯାଇନଥିଲା ଓ ଏହାକୁ ୨୦ ତାରିଖ ଦିନ ବାତିଲ କରାଯାଇଥିଲ । ଫଳରେ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲ ।

ଏ ସମ୍ବନ୍ଧରେ କଂଗ୍ରେସ ଓ ବିଜେପିର କର୍ମୀ ମାନେ ଅଭିଯୋଗ କରିବା ସହ ପୌର ପରିଷଦ ନର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ କରି ଏହାର ତଦନ୍ତ କରିବା ପାଇଁ ଦାବି କରିଥିଲେ । ତେବେ ବିଜେପି ଓ କଂଗ୍ରେସ ଦଳୀୟ କର୍ମୀମାନେ ପୌର ଅଧିକାରୀଙ୍କୁ ଗୋଟିଏ ଦିନ ସମୟ ଦେଇ ଏହାର ସଠିକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.