ମାଲକାନଗିରିରେ ୭୩ତମ ସମ୍ବିଧାନ ଦିବସ ପାଳିତ

author img

By

Published : Nov 26, 2022, 12:54 PM IST

ସମ୍ବିଧାନ ଦିବସ

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ମାଲକାନଗିରି: ଆଜି(ଶନିବାର)ହେଉଛି ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର 26 ତାରିଖ ଅର୍ଥାତ, ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିନକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

ସମ୍ବିଧାନ ଦିବସ

ଏହି ଅବସରରେ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଥିବା ସମ୍ବିଧାନ ପ୍ରଣେତା ଡାକ୍ତର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଉପ ଜିଲ୍ଲାପାଳ ଅଖୟ ଖୁମୁଡୁ, ପିଏ ଆଇଟିଡି ତ୍ରିନାଥ ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ମାଲକାନଗିରି ଆମ୍ବେଦକର ବିଚାର ପରିଷଦର ବହୁ କର୍ମୀ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ସମାଜସେବୀ କେ ଦେସିଆରାଜ ଆଚାରି ବୁଦ୍ଧଂ ଶରଣଂ ଗଚ୍ଛାମୀ ଗାନ କରିଥିଲେ ଏବଂ ଏହାର ଅର୍ଥ ସମସ୍ତ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ଏଥିସହ ଲୋକଙ୍କୁ ସମ୍ବିଧାନ ସଚେତନ ଉଦ୍ଦେଶ୍ୟରେ ଏକ ରଥ ବାହାରି ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବୁଲିଥିଲା ।

Encounter In Chhattisgarh: ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ

ସୂଚନାଯୋଗ୍ୟ, 1947 ଅଗଷ୍ଟ 15 ତାରିଖରେ ଇଂରେଜ ଶାସନ କବଳରୁ ଭାରତ ସ୍ବାଧୀନତା ପାଇଥିଲା । ମାତ୍ର ଦେଶରେ ଏକ ସ୍ଥାୟୀ ସମ୍ବିଧାନ ନଥିଲା । ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି 1947 ନଭେମ୍ବର 4 ତାରିଖ ଦିନ ସମ୍ବିଧାନ ଚିଠା ପ୍ରସ୍ତୁତ କରି ସମ୍ବିଧାନ ସଭାକୁ ପ୍ରଦାନ କରିଥିଲେ । ପରେ ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ ଚିଠା ଗୃହିତ ହୋଇଥିଲା । ଆଉ ସେବେ ଠାରୁ ନଭେମ୍ବର 26କୁ ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.