ସଫଳ ହେଉଛି ମାଓମୁକ୍ତ ଅଭିଯାନ, ଆତ୍ମସମର୍ପଣ କଲେ ୭୦୦ ମିଲିସିଆ

author img

By

Published : Sep 18, 2022, 6:04 PM IST

ସଫଳ ହେଉଛି ମାଓମୁକ୍ତ ଅଭିଯାନ, ଆତ୍ମସମର୍ପଣ କଲେ ୭୦୦ ମିଲିସିଆ

ମାଲକାନଗିରି ଜିଲ୍ଲାରେ ଏବେ ସଫଳ ହେବାରେ ଲାଗିଛି ସରକାରଙ୍କ ମାଓମୁକ୍ତ ଅଭିଯାନ । ଶନିବାର ୭୦୦ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି: ମାଓଦମନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷପ ଏବେ ସଫଳତା ଦିଗରେ । ଫଳରେ ମାଓ ସମର୍ଥକ(Maoist Supporter) ଓ ମାଓବାଦୀ ପୋଲିସ ନିକଟରେ ଆତ୍ମସମପ୍ରଣ କରୁଛନ୍ତି । ସେହିପରି ମାଲକାନଗିରି ଜିଲ୍ଲାରେ ଏବେ ସଫଳ ହେବାରେ ଲାଗିଛି ସରକାରଙ୍କ ମାଓମୁକ୍ତ ଅଭିଯାନ । ଏଠାରେ ଲାଲ ବାହିନୀ ହାତ ଛାଡି ଲୋକେ ସରକାରଙ୍କ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି । ସରକାରଙ୍କ ମାଓମୁକ୍ତ ଅଭିଯାନ ଯୋଗୁଁ ଧୀରେ ଧୀରେ ଭୁଶୁଡିବାକୁ ଲାଗିଲାଣି ମାଓଗଡ । ସୁରକ୍ଷା ବହିନୀଙ୍କ କୁମିଙ୍ଗ ଯେଗୁଁ ମାଓ ସମର୍ଥକମାନେ ମାଓ ସମର୍ଥନ ଛାଡି ଆତ୍ମସମର୍ପଣ କରିବାକୁ ଆରମ୍ଭ କଲେଣି । ଶନିବାର ୭୦୦ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି ।

ସଫଳ ହେଉଛି ମାଓମୁକ୍ତ ଅଭିଯାନ, ଆତ୍ମସମର୍ପଣ କଲେ ୭୦୦ ମିଲିସିଆସଫଳ ହେଉଛି ମାଓମୁକ୍ତ ଅଭିଯାନ, ଆତ୍ମସମର୍ପଣ କଲେ ୭୦୦ ମିଲିସିଆ

ତେବେ ଏହି ମାଓ ମିଲିସିଆ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ ରାଜ୍ୟ ରଙ୍ଗବେଲ ପଞ୍ଚାୟତ ଅନ୍ତର୍ଗତ ପଡାଲପୁଟ ଓ କୁସୁମପୁଟର 13 ଜଣ ହୋଇଥିବାବେଳେ, ଅନ୍ୟମାନେ ମାଲକାନଗିରି ଜିଲ୍ଲା ଅଣ୍ଡରାହଲ ପଞ୍ଚାୟତ ଅନ୍ତଗତ ଖାଲଗୁଡ଼ା, ପାତ୍ରପୁଟ, ଭେଜାଗୁଡା, ବିଶୋଇଗୁଡାର ଗ୍ରାମର ବୋଲି ଜଣାପଡ଼ିଛି । ତେବେ ଏହି ମାଓ ସମର୍ଥକ ଆତ୍ମସମର୍ପଣ କରିବା ସହ ଏକ ମାଓବାଦୀର କୁଶପୁତ୍ତଳିକା ଦାହ କରିଥିଲେ ଓ ମାଓବାଦୀ ମୁରଦାବାଦର ନାରା ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀକ୍ଷେତ୍ର ଆକାଶରେ ବାୟୁବୀରଙ୍କ ଜଲୱା, ପରାକ୍ରମ ଦେଖାଇଲେ ସୂର୍ଯ୍ୟକିରଣ

ତେବେ ଆତ୍ମ ସମର୍ପଣ କରିଥିବା ମାଓ ମିଲିସିଆ ମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ ପ୍ରକାଶ କରିବା ସହ ନିଜ ଅଞ୍ଚଳର ବିକାଶ ପାଇଁ ପୋଲିସ ଓ ପ୍ରଶାସନ କୁ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଏଥିସହ ଆସିଥିବା ପୋଲିସ ଅଧିକାରୀମାନେ ମଧ୍ୟ ଗ୍ରାମବାସୀଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବଂ ଅନ୍ୟ ମାଓବାଦୀ ମାନେ ମଧ୍ୟ ଯଥାଶୀଘ୍ର ଆତ୍ମସମର୍ପଣ କରିବା ପାଇଁ ପୋଲିସ DIG ପ୍ରକାଶ କରିଛନ୍ତି । ତେବେ ମାଓମୁକ୍ତ ଅଭିଯାନ ଦ୍ବାରା ଧିରେ ଧିରେ ମାଲକାନଗିରି ମାଓମୁକ୍ତ ହେବା ସହ ଲୋକେ ମାଓବାଦୀଙ୍କୁ ବିରୋଧ କରିବେ ବୋଲି ଆଶା କରାଯାଉଛି ।

ଏନେଇ ପୋଲିସ DIG ରାଜେଶ ଉତ୍ତମରାଓ ପଣ୍ଡିତ କହିଛନ୍ତି ଯେ, ''ମାଲକାନଗିରି ଜିଲ୍ଲା ପୋଲିସ ଓ ବିଏସଏଫ ତରଫରୁ ଘର ବାହୁଡା କାର୍ଯ୍ୟକ୍ରେମ ଚାଲିଛି, ଯେତିକୁ ମାଓ ସପୋର୍ଟର ଥିଲେ ସେମାନେ ଏଠାରେ ଯୋଗ ଦେଇଥିଲେ ୭୦୦ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ଆଶା ଅଛି ଆହୁରି ଅଧିକରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିବେ ଓ ମୁଖ୍ୟ ସ୍ରୋତକୁ ଫେରିବେ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.