କଲେଜ କ୍ଲାସ ରୁମ ବେଞ୍ଚରେ ଶୋଇଛି ୬ ଫୁଟର ଅଜଗର

author img

By

Published : Sep 14, 2021, 8:06 PM IST

Updated : Sep 14, 2021, 8:21 PM IST

କଲେଜ କ୍ଲାସ ରୁମରୁ ଉଦ୍ଧାର ହେଲା ଅଜଗର

ମାଲକାନଗିରି କଲେଜ କ୍ଲାସ ରୁମରୁ ଉଦ୍ଧାର ହେଲା ଅଜଗର । ଅଧିକ ପଢନ୍ତୁ...

ମାଲକାନଗିରି: କଲେଜ କ୍ଲାସରୁମରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର ସାପ । ଏମିତି କିଛି ଘଟଣା ଘଟିଛି ମାଲକାନଗିରି କଲେଜରେ । ଇଂରାଜୀ ଅନର୍ସ କ୍ଳାସ ରୁମରେ ସାପଟି ଠାବ ହେବା ପରେ ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ପହଞ୍ଚି ଉଦ୍ଧାର କରିଥିବା ସୂଚନା ରହିଛି ।

କଲେଜ କ୍ଲାସ ରୁମରୁ ଉଦ୍ଧାର ହେଲା ଅଜଗର

ମିଳିଥିବା ସୂଚନା ଅନୁସାରେ, ସକାଳେ ଛାତ୍ରଛାତ୍ରୀ କ୍ଳାସ ରୁମକୁ ଯିବା ସମୟରେ ସାପଟି ବେଞ୍ଚରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏକଥା ଜଣାପଡିବା ପରେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ ନିଜ ଟିମ ସହ କଲେଜରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ୬ଫୁଟ ଓ ଓଜନ ୧୫କେଜି ରହିଥିବାବେଳେ ଏହା ଅଜଗର ପ୍ରଜାତିର ବୋଲି ସ୍ପଷ୍ଟ ହୋଇଛି । ବନ ବିଭାଗ ସହାୟତାରେ ସାପଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସହରର ଦୂରରେ ଥିବା ଜଙ୍ଗଲରେ ଛଡାଯିବା ନେଇ ହେଲ୍ପ ଲାଇନର ସଦସ୍ୟ କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated :Sep 14, 2021, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.