ବଜ୍ରଘାତରେ ୧୭ ଗାରୁ ମୃତ, ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

author img

By

Published : Sep 13, 2021, 7:00 AM IST

ବଜ୍ରଘାତରେ ୧୭ ଗାଇ ମୃତ, ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

ମାଲକାନଗିରିରେ ବଜ୍ରାଘାତରେ ୧୭ ଗୋରୁଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଲେ ୩ ଗାଈ ଚରାଳି । ଏବେ ବି ୩ ଗୋରୁ ନିଖୋଜ । ଅଧିକ ପଢନ୍ତୁ...

ମାଲକାନଗିରି: ବଜ୍ରାଘାତରେ ୧୭ ଗୋରୁଙ୍କ ମୃତ୍ୟୁ । କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ସୁଦ୍ଧାଖୁଣ୍ଟା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ବଜ୍ରାଘାତରେ ଗାଈ, ବଳଦ,ବାଛୁରୀ ମିଶି ୧୭ ଗୋରୁ ପ୍ରାଣ ହରାଇଥିବାବେଳେ ଗାଈ ଚୋରାଇବାକୁ ଯାଇଥିବା ୩ ଭାଇ ଭଉଣୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ବଜ୍ରଘାତରେ ୧୭ ଗାଇ ମୃତ, ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

ବଜ୍ରାଘାତର ଦୀର୍ଘ ଅଧ ଘଣ୍ଟାଏ ପରେ ଚେତାଶୁନ୍ୟ ହୋଇ ପଡିଥିବା ଗାଇ ଚରାଳି ମାନେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ । ପରେ ଗ୍ରାମବାସୀ ପହଞ୍ଚି ୧୭ ଗୋରୁଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିବା ବେଳେ ଅନ୍ୟ ୪ ଗୋରୁ ଏପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡିଛି ।

ପ୍ରତିବର୍ଷ ଏଇ ଗାଈ ବଳଦଙ୍କୁ ନେଇ ଗରିବ ଆଦିବାସୀମାନେ ଚାଷକାମ କରିଥାନ୍ତି। ବଜ୍ରପାତ ଯୋଗୁଁ ସମସ୍ତ ଗାଈ ଗୋରୁଙ୍କର ଆକସ୍ମିକ ମୃତ୍ୟୁରେ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.