ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ୨ ନାବାଳିକା ମୃତ

author img

By

Published : Sep 24, 2021, 10:33 PM IST

ପୋଖରୀକୁ ଗାଧୋଇବା ହେଲା କାଳ, ପାଣିରେ ବୁଡି ୨ ନାବାଳିକା ମୃତ

ଗାଧୋଇବାକୁ ଯାଇ ଘଟିଛି ଅଘଟଣ । ପାଣିରେ ବୁଡି ୨ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ଅଧିକ ପଢନ୍ତୁ...

କୋରାପୁଟ: ଗାଧୋଇବାକୁ ଯାଇ ପାଣିରେ ବୁଡି ୨ ନାବାଳିକା ମୃତ୍ୟୁ ବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧିନ ରାଇପଡା ଗ୍ରାମରେ । ସୂଚନାନୁସାରେ ମାଛକୁଣ୍ଡ ଥାନା ଅନ୍ତର୍ଗତ ରାଇପଡା ଗ୍ରାମର ବଳଭଦ୍ର ପାଙ୍ଗିଙ୍କ ସାନ ଝିଅ କବିତା ପାଙ୍ଗି ଓ ଭୀମ ଖରାଙ୍କ ଝିଅ ବାସନ୍ତୀ ଖରା ପ୍ରତ୍ୟକ ଦିନ ଭଳି ଗାଁର ଆଉ ଛଅଜଣ ସାଙ୍ଗ ଝିଅ ମାନଙ୍କ ସହିତ ନିକଟସ୍ଥ ଗାଁ ଜଙ୍ଗଲରେ କାଠ ସଂଗ୍ରହ ପାଇଁ ଯାଇ ଥିଲେ ।

ପୋଖରୀକୁ ଗାଧୋଇବା ହେଲା କାଳ, ପାଣିରେ ବୁଡି ୨ ନାବାଳିକା ମୃତ

ତେବେ ସେମାନେ କାଠ ସଂଗ୍ରହ ପରେ ପୋଖରୀରେ ଗାଧୋଇବାକୁ ମନସ୍ତ କରିଥିଲେ । ତେବେ ସମୟର ନିୟତି ଥିଲା ବଡ ବିଚିତ୍ର । ସମସ୍ତେ ସଂଗ୍ରହ କରିଥିବା କାଠକୁ ପୋଖରୀ ନିକଟରେ ରଖି ଗାଧୋଇବା ପାଇଁ ପୋଖରୀ ଭିତରକୁ ପ୍ରବେଶ କରିଥିଲେ । ତେବେ ପୋଖରୀରେ ଗାଧୋଉଥିବା ସମୟରେ ବାସନ୍ତି ଓ କବିତାଙ୍କ ଗୋଡ଼ ଖସି ଯାଇଥିଲା ଯାହାଦ୍ୱାରା ଗଭୀର ପୋଖରୀ ମଧ୍ୟକୁ ଦୁଇଜଣ ଚାଲିଯାଇଥିଲେ ।

ଘଟଣାସ୍ଥଳରେ ଦୁଇ ଜଣ ପାଣିରେ ବୁଡି ଯାଉଥିବା ଦେଖି ଅନ୍ୟ ମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ । ତେବେ ଝିଅ ଦ୍ବୟଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ମଥିଲା । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ରାଇପଡା ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.