ବିରଳ ଅସ୍ତ୍ରୋପଚାର, ଗର୍ଭାଶୟରୁ ବାହାରିଲା 14 କିଲୋ ଓଜନର ଟ୍ୟୁମର

author img

By

Published : Aug 18, 2022, 9:55 AM IST

successful surgery in koraput hospital

କୋରାପୁଟରେ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ମହିଳାଙ୍କ ଗର୍ଭାଶୟରୁ 14 କିଲୋ ଓଜନର ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ଡାକ୍ତର । ଅଧିକ ପଢ଼ନ୍ତୁ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରି ସଫଳ ହୋଇଛନ୍ତି ଡାକ୍ତର (successful surgery in koraput hospital) । ଶଲ୍ୟ ଚିକିତ୍ସକ ଜଗଦୀଶ ଚନ୍ଦ୍ର ବେହେରା ଓ ତାଙ୍କ ସହଯୋଗୀମାନେ ଜଣେ ମହିଳାଙ୍କ ଗର୍ଭାଶୟରୁ 14 କିଲୋ ଓଜନର ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ।

ବିରଳ ଅସ୍ତ୍ରୋପଚାର

ଏହି ମେଡିକାଲ କଲେଜରେ ଅସ୍ବାସ୍ଥ୍ୟକର ପରିବେଶ ଓ ଡାକ୍ତରୀ ସେବାର ଅଭାବକୁ ନେଇ ଅନେକ ଥର ଚର୍ଚ୍ଚାରେ ରହିଥିଲା । ମାତ୍ର ଆଜିର ଏହି ସଫଳତା ଡାକ୍ତରଖାନାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ନିଶ୍ଚୟ । ଦୀର୍ଘ ଅଢେଇ ଘଣ୍ଟାର ପ୍ରୟାସ ପରେ ଡାକ୍ତରୀଦଳ ଟ୍ୟୁମରକୁ ବାହାର କରିଛନ୍ତି । ଏହାକୁ ଡାକ୍ତର ଗଦୀଶ ଚନ୍ଦ୍ର ବେହେରା କହିଛନ୍ତି," କୋରାପୁଟରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର ହୋଇଛି । ଗରିବ ଶ୍ରେଣୀ ଆଦିବାସୀଙ୍କ ପାଇଁ ଏହା ଲାଭଦାୟକ ଅଟେ ।" ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.