ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ଅଭିଯୁକ୍ତ ଗିରଫ

author img

By

Published : Dec 7, 2019, 2:57 PM IST

Updated : Dec 8, 2019, 3:52 PM IST

koraput,student pregnant

ସପ୍ତମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ । ଘଟଣାରେ ଅଭିଯୁକ୍ତ ଗିରଫ । ଆଗକୁ ପଢନ୍ତୁ...

କୋରାପୁଟ: ଗର୍ଭବତୀ ହେଲେ ସପ୍ତମ ଶ୍ରେଣୀ ଛାତ୍ରୀ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଉନ୍ନୀତ ସେବାଶ୍ରମରେ । ଘଟଣା ପ୍ରଘଟ ହେବା ପରେ ପ୍ରଶାସନିକ ସ୍ତରରେ ଦେଖାଯାଉଛି ତତ୍ପରତା । କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଫାମ୍ପୁଣି ସେବାଶ୍ରମର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଛି ।

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା

ଛାତ୍ରୀ ଜଣକ ଆଦିବାସୀ ହୋଇଥିବାବେଳେ ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ଗର୍ଭବତୀ ଥିବା ଜଣାପଡିଲା । ଗତ ତିନି ମାସ ହେଲା ଛାତ୍ରୀ ଜଣକ ନାପକିନ ନେଉ ନ ଥିବା ସେବାଶ୍ରମ କର୍ତ୍ତୃପକ୍ଷ ରେଜିଷ୍ଟ୍ରର ଯାଞ୍ଚ ସମୟରେ ଜାଣିବାକୁ ପାଇଲେ। ସନ୍ଦେହ ହେବାରୁ ସେବାଶ୍ରମ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପରୀକ୍ଷା କରେଇଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାତ୍ରୀ ଜଣକ 3 ମାସର ଗର୍ଭବତୀ ଥିବା ଜଣାପଡିଲା ।

ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ପଚରାଉଚରା କରିଥିଲେ ହେଁ ଏ ବାବଦରେ ଛାତ୍ରୀ ଜଣକ ମୁହଁ ଖୋଲୁ ନ ଥିବା ଜଣାପଡିଛି । ଯେହେତୁ ଛାତ୍ରୀ ଛୁଟିରେ ଥିବା ସମୟରେ ଏପରି ଘଟଣା ଘଟିଥିବା କଥା ପ୍ରଧାନ ଶିକ୍ଷୟିତ୍ରୀ କହୁଥିବାବେଳେ ଆଶ୍ରମ ପରିସରରେ ଏନଏମ ରହୁ ନଥିବା ହେତୁ ଜାଣିବାରେ ବିଳମ୍ବ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ରଥ ସୂଚନା ଦେଇଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି।

ତେବେ ପିଏ ଆଇଟିଡିଏ ଗୋପୀନାଥ ସାରକା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଓ ଡକ୍ଟର ଗାୟତ୍ରୀ ଦେବୀ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ଆଶ୍ରମରେ ପହଞ୍ଚି ଉକ୍ତ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଇତି ମଧ୍ୟରେ ପ୍ରାଥମିକ ତଦନ୍ତରେ ପ୍ରଧାନ ଶିକ୍ଷୟତ୍ରୀଙ୍କ 60 ବର୍ଷୀୟ ସ୍ୱାମୀ ରାଜେନ୍ଦ୍ର ରଥ ହିଁ ଏହି ଦୁଷ୍କର୍ମ କରିଥିବା ଜଣା ପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜୟପୁର ଏସଡିପିଓ ବରୁଣ ଗୁଣ୍ଟାପଲ୍ଲୀ ଜଣାଇଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଗର୍ଭବତୀ ହେଲେ ସପ୍ତମ ଶ୍ରେଣୀ ଛାତ୍ରୀ ।ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଫାଂପୁଣି ଉନ୍ନୀତ ସେବାଶ୍ରମ ରେ । ଘଟଣା ପ୍ରଘଟ ହେବା ପରେ ପ୍ରଶାସନିକ ସ୍ତରରେ ଦେଖାଯାଉଛି ତତ୍ପରତା ।
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ର ଫାଂପୁଣି ସେବାଶ୍ରମ ର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଗର୍ଭବତୀ ଥିବା ଜଣାପଡିଛି।Body:ଛାତ୍ରୀ ଜଣକ ଆଦିବାସୀ ହୋଇଥିବା ବେଳେ ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ଗର୍ଭବତୀ ଥିବା ଜଣାପଡିଲା।ଗତ ତିନି ମାସ ହେଲା ଛାତ୍ରୀ ଜଣକ ନାପକୀନ ନେଉ ନ ଥିବା ସେବାଶ୍ରମ କତ୍ତୃପକ୍ଷ ରେଜିଷ୍ଟ୍ରର ଯାଞ୍ଚ ସମୟ ରେ ଜାଣିବାକୁ ପାଇଲେ।ସନ୍ଦେହ ହେବାରୁ ସେବାଶ୍ରମ କତ୍ତୃପକ୍ଷ ଛାତ୍ରୀ ଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ପରୀକ୍ଷା କରେଇ ଥିଲେ।ସ୍ୱାସ୍ତ୍ୟ ପରୀକ୍ଷା ପରେ ଛାତ୍ରୀ ଜଣକ 3 ମାସ ର ଗର୍ଭବତୀ ଥିବା ଜଣାପଡିଲା।ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ପଚରାଉଚରା କରିଥିଲେ ହେଁ ଏ ବାବଦ ରେ ଛାତ୍ରୀ ଜଣକ ମୁହଁ ଖୋଲୁ ନ ଥିବା ଜଣାପଡିଛି।ଯେ ହେତୁ ଛାତ୍ରୀ ଛୁଟି ରେ ଥିବା ସମୟରେ ଏପରି ଘଟଣା ଘଟିଥିବା କଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ କହୁଥିବା ବେଳେ ଆଶ୍ରମ ପରିସରରେ ଏନଏମ ରହୁ ନଥିବା ହେତୁ ଜାଣିବା ରେ ବିଳମ୍ବ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ରଥ ସୂଚନା ଦେଇଛନ୍ତି। ଏହି ଘଟଣା ଲୋକ ଲୋଚନ କୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ତେବେ ପିଏ ଆଇଟିଡିଏ ଗୋପୀନାଥ ସାରକା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଓ ଡକ୍ଟର ଗାୟତ୍ରୀ ଦେବୀ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ଆଶ୍ରମରେ ପହଞ୍ଚି ଉକ୍ତ ଛାତ୍ରି ଙ୍କ ସହ ଆଲୋଚନା କରିଥିଲେ । ଇତି ମଧ୍ୟରେ ପ୍ରାଥମିକ ତଦନ୍ତରେ ଶ୍ରୀମତୀ ରଥଙ୍କ 60 ବର୍ଷୀୟ ସ୍ୱାମୀ ରାଜେନ୍ଦ୍ର ରଥ ହିଁ ଏହି ଦୁଷ୍କର୍ମ କରିଥିବା ଜଣା ପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜୟପୁର ଏସ୍ଡିପିଓ ବରୁଣ ଗୁଣ୍ଟାପଲ୍ଲୀ ଜଣାଇଛନ୍ତି ।Conclusion:ବାଇଟ : ବରୁଣ ଗୁଣ୍ଟାପଲ୍ଲୀ , ଏସ୍ଡିପିଓ , ଜୟପୁର
...........
ଶାନ୍ତାକାର
କୋରାପୁଟ
...........
Last Updated :Dec 8, 2019, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.