ସେଭ୍ ଦ ଚିଲ୍ଡରେନ ପକ୍ଷରୁ ସ୍ବଚ୍ଛତା ରାଜ୍ୟସ୍ତରୀୟ କର୍ମଶାଳା

author img

By

Published : Sep 15, 2022, 1:38 PM IST

ସ୍ବଚ୍ଛତାକୁ ନେଇ ଏକ କର୍ମଶାଳା

ସେଭ୍ ଦ ଚିଲ୍ଡରେନ ଆନୁକୁଲ୍ୟରେ ସ୍ବଚ୍ଛତାକୁ ନେଇ ସେଣ୍ଟସ୍ ସ୍କୁଲ ପରିସରରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲା ସେଣ୍ଟସ୍ ସ୍କୁଲ ପରିସରରେ ସେଭ୍ ଦ ଚିଲ୍ଡରେନ ଆନୁକୁଲ୍ୟରେ ସ୍ବଚ୍ଛତାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ପରସ୍ପରଠାରୁ ଦୂରତା ବଜାୟ ରଖିବା ସହ ମାସ୍କ୍ ପିନ୍ଧିବା ଦ୍ଵାରା କୋରୋନାକୁ ଦୂରେଇ ରଖିବା ପାଇଁ ରାଜ୍ୟସ୍ତରୀୟ ଅଭିଯାନର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଫେସର ପାଲିତା ଏହି ସବୁ ଅଭ୍ୟାସ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ସ୍ବଚ୍ଛତାକୁ ନେଇ ଏକ କର୍ମଶାଳା

ହାତ ଧୋଇବା, ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବାକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ପାସ୍ ୱାର୍ଡକୁ ପ୍ରତ୍ୟେକ ବ୍ୟକ୍ତି ମାନେ ରଖିବା ଉଚିତ । ଜନସାଧାରଣ କିପରି ଏହାକୁ ଅଭ୍ୟାସରେ ପରିଣତ କରିବେ ସେହି ଦିଗରେ ବିଭିନ୍ନ ପ୍ରଚାର ମାଧ୍ୟମକୁ ବ୍ୟବହାର କରି ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚିବା ପାଇଁ ସେଭ୍ ଦ ଚିଲ୍ଡରେନ ଏହି ଅଭିଯାନ ମାଧ୍ୟମରେ ପ୍ରୟାସ କରିଛି । ଏହି ସଂସ୍ଥାର ରାଜ୍ୟ ମୁଖ୍ୟ ସଂଯୋଜକ ଅଭିଜିତ ଭଦ୍ର ଏ ନେଇ ସୂଚନା ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ...OTM Issue: ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ବର୍ତ୍ତମାନ କୋରାପୁଟ ଜିଲ୍ଲାର ସମସ୍ତ 14ଟି ବ୍ଲକ ଓ 4ଟି ପୌରାଞ୍ଚଳରେ ପ୍ରଚାର ପତ୍ର ଲଗାଇବା ସହ ଛାତ୍ରଛାତ୍ରୀଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଯାଉଛି । ପ୍ରତିଟି ଘରେ ସଚେତନତାର ବାର୍ତ୍ତାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ସଂସ୍ଥାର ରାଜ୍ୟ ମୁଖ୍ୟ ସଂଯୋଜକ । ଏହି ରାଜ୍ୟସ୍ତରୀୟ ଅଭିଯାନର ଶୁଭାରମ୍ଭ ଅବସରରେ କୋରାପୁଟର ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଡିସିପିଓ, ବ୍ଲକ ଶିକ୍ଷା ଅଧିକାରୀ, ସ୍ଵେଚ୍ଛାସେବୀ, ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସେଭ୍ ଦ ଚିଲ୍ଡରେନର ହାଇଦ୍ରାବାଦ କାର୍ଯ୍ୟାଳୟରୁ ରୂପାଲି ଗୋସ୍ୱାମୀ, ଭୁବନେଶ୍ୱର କାର୍ଯ୍ୟାଳୟରୁ ମନୋଜ କୁମାର ମିଶ୍ର ଓ କୋରାପୁଟ ଜିଲ୍ଲା ସଂଯୋଜକ ବିଦ୍ୟାଧର ମେହେର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।

ଇଟିଭି ଭାରତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.