କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି

author img

By

Published : Sep 18, 2021, 4:05 PM IST

Updated : Sep 18, 2021, 4:56 PM IST

speaker suryanarayan patra reaction kotia issue

କୋଟିଆରେ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋଟିଆରେ ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ଆସିଛି । ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କୋଟିଆରେ ସେମିତି ବଡ଼ ସମସ୍ୟା ନଥିବା କହିଛନ୍ତି ବାଚସ୍ପତି ।

ବାଚସ୍ପତି କହିଛନ୍ତି ଯେ, ରାଜସ୍ବ ବିଭାଗର ସଚିବ ବିଷ୍ଣୁପଦ ସେଠୀ ଦୁଇ ଦିନିଆ କୋରାପୁଟ ଗସ୍ତରେ ଅଛନ୍ତି । ତାଙ୍କ ସହିତ ଆରଡ଼ିସି କମିଟି କୋଟିଆକୁ ଯାଇ ସ୍ଥିତି ଦେଖିଛନ୍ତି । କୋଟିଆରେ ସେମିତି ବଡ଼ ସମସ୍ୟା ନଥିବା କହିଛନ୍ତି ବାଚସ୍ପତି । କୋଟିଆରେ ସ୍ଥିତି ସେତେଟା ଖରାପ ନାହିଁ । ଯେଉଁ ଅଞ୍ଚଳ ଆମ କତୃତ୍ବ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି । ମୁଁ ଭିସି ଯୋଗେ କୋରାପୁଟ ଜିଲ୍ଲାପାଳଙ୍କ ସହ କଥା ହେଉଛି । ରାଜ୍ୟରେ ବନ୍ୟା ସ୍ଥିତି ରହିଥିବାରୁ ବିଧାୟକ ମାନେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯିବ । ବୈଠକରେ ଗୃହ କମିଟିର ସ୍ପଟ ଭିଜିଟରେ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ସୂଚନାଥାଉକି କୋଟିଆରେ ଆନ୍ଧ୍ର ପ୍ରଶାସନର ଲୋଲୁପ ଦୃଷ୍ଟି ପକାଇଛି । ନିଜ ରାଜ୍ୟରେ ମିଶ୍ରଣ ପାଇଁ ବିଭିନ୍ନ ଚାଲ କରୁଛି ଆନ୍ଧ୍ର । ବିଭିନ୍ନ ସମୟରେ ଆନ୍ଧ୍ର ଅଞ୍ଚଳର ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଏହା ସହ କୋଟିଆ ପଞ୍ଚାୟତର କେତେକ ଗ୍ରାମରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ମଧ୍ୟ କରିଛି । କୋଟିଆରେ ଆନ୍ଧ୍ର ପ୍ରଶାସନ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରଲୋଭନ କରୁଛି। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟ ରହିଥିବାବେଳେ ଓଡିଶାର ସୀମାବର୍ତ୍ତୀ ଅଞ୍ଚଳ ଗଜପତିରେ ମଧ୍ୟ ଆନ୍ଧ୍ର ସରକାର ଅନୁପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଛି ଯାହା ଚିନ୍ତାର ବିଷୟ ପାଲଟିଛି ।

ଭୁବନେଶ୍ବରରୁ ଭବାନଶଙ୍କର ଦାସ, ଇଟିଭି ଭାରତ

Last Updated :Sep 18, 2021, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.