ଆସୁଛନ୍ତି ଜଗତ ଜନନୀ, ମା' ଭଗବତୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା

author img

By

Published : Sep 18, 2022, 2:02 PM IST

sixteenth daily worship

କୋରାପୁଟ ଜୟପୁରର ଆରମ୍ଭ ହୋଇଛି ଦଶହରା ଉତ୍ସବ । ମା' ଭଗବତୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କୋରାପୁଟ: ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ଦୁର୍ଗତୀନାଶିନୀ ଜଗତ ଜନନୀ ମା' ଦୁର୍ଗା। ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ମୂଳାଷ୍ଟମୀ ଅବସରରେ ମା’ ଭଗବତୀଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ ଆସିବା ସହିତ ଜୟପୁରର ପ୍ରସିଦ୍ଧ ଦଶହରା ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ମୂଳାଷ୍ଟମୀ ଅବସରରେ ଜୟପୁରବାସୀଙ୍କ ପ୍ରତିନିଧିତ୍ଵ କରି ବିଧାୟକ ତାରାପ୍ରସାଦ ବାହିନୀପତି ଆଜ୍ଞାମାଳ ଗ୍ରହଣ କରିଛନ୍ତି । ମା’ ଭଗବତୀଙ୍କ ପାଖରେ ଷୋଡଶ ଦିନାତ୍ମକ ମହାପାର୍ବଣ ପୂଜା ଆରମ୍ଭ ହୋଇଛି । ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

ଆସୁଛନ୍ତି ଜଗତ ଜନନୀ, ମା' ଭଗବତୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା

ଦଶହରା ଉତ୍ସବରେ ଯୋଗ ଦେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଭକ୍ତ ଓ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜାରାଜୁଡ଼ା ଅମଳରୁ ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଚଳିତ ବର୍ଷ 50ରୁ ଊର୍ଦ୍ଧ୍ବ ଗ୍ରାମରୁ ଦେବୀଙ୍କ ପ୍ରତୀକ ଭାବେ ବିଶାଳ ଲାଠିକୁ ନେଇ ଗ୍ରାମବାସୀ ଜୟପୁର ଦଶହରାରେ ଯୋଗ ଦେବା ପାଇଁ ଆସିବେ । ଏ ନେଇ ଦେବୋତ୍ତର ବିଭାଗର କର୍ମଚାରୀ କୃଷ୍ଣଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଆଜି ହାଇଦ୍ରାବାଦରେ ନୂଆଁଖାଇ ଭେଟଘାଟ୍

ମୂଳାଷ୍ଟମୀ ଠାରୁ ଆରମ୍ଭ କରି ଦଶହରାର ଅପରାଜିତା ପୂଜା ହେବା ପର୍ଯ୍ୟନ୍ତ ଏହି ପର୍ବରେ ବିଭିନ୍ନ ପର୍ଯ୍ୟାୟରେ ଜୟପୁର ସହର ଅନେକ ପାରମ୍ପରିକ ଉତ୍ସବ ମଧ୍ୟ ଦେଇ ଚଳଚଞ୍ଚଳ ହୋଇ ଉଠିବ ବୋଲି ବିଶିଷ୍ଟ ସଂସ୍କୃତି ଗବେଷକ ପରେଶ ରଥ ଜଣାଇଛନ୍ତି । ପ୍ରସିଦ୍ଧ ମହୀଶୂର ଦଶହରା ପରେ ଜୟପୁର ଦଶହରାକୁ ରାଜାରାଜୁଡ଼ା ଅମଳରୁ ସଂସ୍କୃତି ପ୍ରେମୀ ଗୁରୁତ୍ଵ ଦେଉଥିବା ଯୋଗୁଁ ଦଶହରାର ଲାଠି ପଟୁଆରର ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । କୋରୋନା କଟକଣା ମୁକ୍ତ ଦଶହରା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦଶହରା ରାଜ୍ୟର ଅନେତ ଶକ୍ତି ପୀଠରେ ଷୋଡଶ ଦିନାତ୍ମକ ପୂଜା । ଜଗତସିଂହପୁର ଜିଲ୍ଲାର ଶକ୍ତି ପୀଠ ମା' ଶାରଳାଙ୍କ ପୀଠରେ ମଧ୍ୟ ଷୋଡଶ ଦିନାତ୍ମକ ପୂଜା ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.