ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି: ତିନି ରଥରେ ଛେରା ପହଁରା କରିବେ ଆଦିବାସୀ

author img

By

Published : May 21, 2022, 12:24 PM IST

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି ବୈଠକ:ତିନି ରଥରେ ଛେରା ପହଁରା କରିବେ ଆଦିବାସୀ

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

କୋରାପୁଟ: ପାଖେଇ ଆସୁଛି ଘୋଷଯାତ୍ରା । ଏନେଇ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଜଗନ୍ନାଥ ମନ୍ଦିରର କାର୍ଯ୍ୟକାରୀ ସଭାପତି ଅବଦଲ ଅକ୍ତର ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ କୋରାପୁଟର ଜଗନ୍ନାଥ ମନ୍ଦିର ତଥା ରଥଯାତ୍ରାର ପଚାଶ ବର୍ଷ ପୂର୍ତ୍ତି ପାଳନ ହେବ ।

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି ବୈଠକ:ତିନି ରଥରେ ଛେରା ପହଁରା କରିବେ ଆଦିବାସୀ

ଏ ଅବସରରେ ଘୋଷଯାତ୍ରାକୁ ରାଜ୍ୟର ଏକ ମୁଖ୍ୟ ଆକର୍ଷଣ ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ମନ୍ଦିରର ସଦସ୍ୟ ଓ ଜିଲ୍ଲାବାସୀଙ୍କୁ ପ୍ରସ୍ତୁତ ହେବା ପାଇଁ ଅନୁରୋଧ କରିଛନ୍ତି । ପୂର୍ବେ କୋରାପୁଟରେ ଗୋଟିଏ ରଥ ବ୍ୟବହାର ହେଉଥିଲା । ସେଥିରେ ଆଦିବାସୀ ଗାଁ ମୁଖିଆ ଦାସିଆ ନାୟକ ଛେରାଁ ପହରା କରୁଥିବା ବେଳେ ଚଳିତ ଥର ଆଉ ଦୁଇଟି ରଥରେ ମଧ୍ୟ ଜିଲ୍ଲାର କୋଟିଆ ଓ ତେନ୍ତୁଳିଗୁମା ଭଳି ଉପାନ୍ତ ଅଞ୍ଚଳରୁ ଆଦିବାସୀ ବ୍ୟକ୍ତିଙ୍କୁ ଛେରାଁ ପହରା କରିବାର ସୁଯୋଗ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅବଦଲ ଅକ୍ତର ।

ତିନୋଟି ରଥକୁ ନେଇ ଗତ କିଛିଦିନ ଧରି ମନ୍ଦିରର ସଦସ୍ୟଙ୍କ ମଧ୍ୟରେ ଦ୍ବନ୍ଦ ଲାଗି ରହିଥିଲା । ଜଗନ୍ନାଥପ୍ରେମୀ କୋରାପୁଟରେ ଆରମ୍ଭ ହୋଇଥିବା ତିନି ରଥର ପରମ୍ପରାକୁ ବଜାୟ ରଖିବା ପାଇଁ ଦୃଢ଼ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ତିନି ରଥ ସପକ୍ଷରେ ମତ ଦେବା ପରେ ସମସ୍ତ ଦ୍ଵନ୍ଦ୍ବ ଦୂର ହୋଇଛି ।

କୋରାପୁଟରୁ ସି ଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.