ଭୁବନେଶ୍ବର ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ଓଡିଶା । ଅସ୍ତବ୍ୟସ୍ତ ଜନଜୀବନ । ଆକାଶରୁ ହେଉଛି ଅଗ୍ନିଵର୍ଷା । ଖରାର ପ୍ରକୋପକୁ ନେଇ ଓଡ଼ିଶାର କିଛି ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ଆଜି ଦିନ ୧୧ଟା ରାଜ୍ୟର ସୁଦ୍ଧା ୧୮ଟି ସହରରେ ୪୦ ଉପରେ ରେକର୍ଡ ହୋଇଛି ତାପମାତ୍ରା । ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଅଧିକାଂଶ ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ପାର କରିବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ White House ବାଇଡେନଙ୍କୁ ହତ୍ୟା ଯୋଜନା ହ୍ବାଇଟ ହାଉସ ପାଚେରୀକୁ ଟ୍ରକରେ ଧକ୍କା ଦେଲେ ଭାରତୀୟଏହାସହ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଆକଳନ କରିଛି ବିଭାଗ । ଏହାସହ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏହାକୁ ନେଇ ଆସନ୍ତାକାଲିଗୁରୁବାର ୧୯ ଜିଲ୍ଲା ଯେପରିକି ନବରଙ୍ଗପୁର ନୂଆପଡା କୋରାପୁଟ କଳାହାଣ୍ଡି କନ୍ଧମାଳ ରାୟଗଡା ଗଜପତି ଗଞ୍ଜାମ ନୟାଗଡ ଖୋର୍ଦ୍ଧା ବୌଦ୍ଧ କଟକ ଅନୁଗୁଳ ଢେଙ୍କାନାଳ ଯାଜପୁର ଭଦ୍ରକ ଵାଲେଶ୍ବର କେନ୍ଦୁଝର ମୟୁରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢନ୍ତୁ ନୂଆ ସଂସଦ ଭବନରେ ସ୍ଥାପିତ ହେବାକୁ ଥିବା ସୁନା ରାଜଦଣ୍ଡ ‘ସେଙ୍ଗୋଲ କଣ ଜାଣନ୍ତୁ ଏହି ଭିଡିଓରୁସେହିପରି ୨୭ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ବଢିବାର ସମ୍ଭାବନା ଥିବାବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଗତ ୨୪ ଘଣ୍ଟା ତାପମାତ୍ରା ବୃଦ୍ଧିକୁ ନେଇ ବଲାଙ୍ଗୀରରେ ସର୍ବାଧିକ ୪୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୪୨୬ ଓ କଟକରେ ୪୧ ୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜିବି ଭୁବନେଶ୍ବରରେ ତାପମାତ୍ରା ୪୦ ଛୁଇଁବା ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ବିଭାଗ । ସେହିପରି ରାଜ୍ୟର କିଛି ଅଞ୍ଚଳରେ ବର୍ଷ ହୋଇଥିବା ବେଳେ ସମ୍ବଲପୁର କୁଚିଣ୍ଡାରେ ୧୨୦ ମିମି ବର୍ଷ ରେକର୍ଡ କରାଯାଇଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ବର୍ଷା ପ୍ରଭାବରେ ମଧ୍ୟ ଗୁଳୁଗୁଳି ବଢିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁନୂଆ ସଂସଦ ଭବନରେ ସ୍ଥାପିତ ହେବ ପବିତ୍ର ‘ସେଙ୍ଗୋଲ ତାମିଲନାଡୁର ମଠାଧୀଶଙ୍କଠାରୁ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀଇଟିଭି ଭାରତ ଭୁବନେଶ୍ବର