ଶୌଚାଳୟରେ ପଡିଛି ତାଲା, କେବେ ହେବ ବ୍ୟବହାର ଉପଯୋଗୀ ?

author img

By

Published : May 20, 2022, 2:55 PM IST

ଶୌଚାଳୟରେ ପଡିଛି ତାଲା: କେବେ ହେବ ବ୍ୟବହାର ଉପଯୋଗୀ?

ଦଶମନ୍ତପୁର ବ୍ଲକର ଲୁଲ୍ଲା ପଞ୍ଚାୟତ ସଦର ମହକୁମାରେ ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ । କିନ୍ତୁ ହୋଇପାରୁନି ବ୍ୟବହାରକ୍ଷମ । ଅଧିକ ପଢନ୍ତୁ

କୋରାପୁଟ: କାମରେ ଆସୁନି ଗୋଷ୍ଠୀ ଶୌଚାଳୟ । ପାଣି ବ୍ୟବସ୍ଥା ସହ ଆକର୍ଷଣୀୟ ରଙ୍ଗ ଦିଆଯାଇଛି ସତ ହେଲେ ଚକଚକିଆ ଦେଖାଯାଉଥିବା ଏହି ଶୌଚାଳୟରେ ଏବେ ତାଲା ଝୁଲୁଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି ସତ ହେଲେ ନିର୍ମାଣ ପରେ ତାଲା ଝୁଲୁଛି । ଦିନେ କି ୨ ଦିନ ନୁହେଁ ଦୀର୍ଘ ବର୍ଷ ହେଲାଣି ତାଲା ପଡିଛି ।

ଶୌଚାଳୟରେ ପଡିଛି ତାଲା: କେବେ ହେବ ବ୍ୟବହାର ଉପଯୋଗୀ?

କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲ୍ଲା ପଞ୍ଚାୟତ ସଦର ମହକୁମାର ଏହି ଦୃଶ୍ୟ । ଶୌଚାଳୟ ଟି ପଞ୍ଚାୟତ କାର୍ଯ୍ୟାଳୟର ସୁଉଚ୍ଚ ସ୍ଥାନରେ ନିର୍ମାଣ କରାଯାଇଥିବା ସହିତ ଜଳର ସମସ୍ୟା ରହିଥିବା ଯୋଗୁଁ କେହି ଶୌଚପାଇଁ ଆସୁନଥିବା ହୋଇଛି ଅଭିଯୋଗ । ଅନ୍ୟପଟୋ ଭିନ୍ନକ୍ଷମଙ୍କ ପାଇଁ ଏହି ଶୌଚାଳୟ ନିର୍ମାଣ କରାଯାଇଥିଲେ ମଧ୍ୟ ପାହାଚ ସମସ୍ୟା ଯୋଗୁଁ ଶୌଚାଳୟର ମୁହଁ ମାଡିବାକୁ ସକ୍ଷମ ହୋଇପାରୁନାହାନ୍ତି ।

ତ।ଲା ପଡିରହିବା ଫଳରେ ଏବେ ସେଗୁଡିକ ନଷ୍ଟ ହେବାକୁ ବସିଲାଣି । ଶୌଚାଳୟର ହାତଧୁଆ ବେଶିନ ଧରାଶାୟୀ ହୋଇଗଲାଣି । ସୁଲଭ ଶୌଚାଳୟଗୁଡିକ ବ୍ୟବହାର ନହେବା ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଏବେ ପାଣିରେ ପଡିବା ସଦୃଶ ମନେହେଉଛି ।

କୋରାପୁଟରୁ ସିଏଚ୍.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.