ମାଛକୁଣ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ୩ ଦିନ ଉତ୍ପାଦନ ବନ୍ଦ

author img

By

Published : May 18, 2022, 9:31 AM IST

ମାଛକୁଣ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ୩ ଦିନ ଉତ୍ପାଦନ ବନ୍ଦ

କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ଦ ହୋଇଛି ଉତ୍ପାଦନ । ୩ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

କୋରାପୁଟ: ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ଦ ହୋଇଛି ଉତ୍ପାଦନ । ୩ ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଟାଟା କମ୍ପାନୀ ପ୍ରକଳ୍ପର ଥିବା ଜଲାପୁଟ, ମାଛକୁଣ୍ଡ ଡି-ଡ୍ୟାମ୍‌ ଏବଂ ଟିପି ଡ୍ୟାମ୍‌ ଭଳଭଣ୍ଡାରର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ସୂଚନା ରହିଛି ।

ମାଛକୁଣ୍ତ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ୩ ଦିନ ଉତ୍ପାଦନ ବନ୍ଦ

ସୂଚନାଅନୁସାରେ, ଜଳ ବିଦ୍ୟୁତ ପ୍ରକଳ୍ପର ପୁରୁଣା ଯନ୍ତ୍ରାଂଶ ଗୁଡିକ ବଦଳାଇ ନବୀକରଣ ପାଇଁ ଅନୁଧ୍ୟାନ ଆରମ୍ଭ କରିଛି ଟାଟା କମ୍ପାନୀ ।ଗତକାଲି(ମଙ୍ଗଳବାର) ସକାଳ ୯ଟାରୁ ଜଳବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ ବନ୍ଦ୍ କରାଯାଇଛି । ୭୦ବର୍ଷ ପୁରୁଣା ପ୍ରକଳ୍ପ ହୋଇଥିବାରୁ ମରାମତି ଏବଂ ନୂତନ ନିର୍ମାଣର ଆବଶ୍ୟକତା ରହିଛି ।

ଏଥିପାଇଁ ଟାଟା କଂପାନିର ମେକାନିକ୍‌ ପ୍ରକଳ୍ପ ଅନୁଧ୍ୟାନ କରୁଛନ୍ତି । ବାସ୍ତବ ସ୍ଥିତି ଜାଣିବା ପାଇଁ ଜଲାପୁଟ ମୁଖ୍ୟ ଜଳଭଣ୍ତାର, ମାଛକୁଣ୍ତ ଡି-ଡ୍ୟାମ୍‌ ଓ ଟିପି ଡ୍ୟାମ୍‌ ନିରୀକ୍ଷଣ କରୁଛନ୍ତି । ତେଣୁ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନକୁ ତିନି ଦିନ ପାଇଁ ବନ୍ଦ କରାଯାଇଛି । ମାଛକୁଣ୍ତ ଡି-ଡ୍ୟାମ୍‌ ଏବଂ ଟିପି ଡ୍ୟାମ୍‌ରୁ ଜଳକୁ ନିଷ୍କାସନ କରି ଶୁଖାଇ ଦିଆଯାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.