ମାଲକାନଗିରିରେ ପୋଲିସକୁ ଆକ୍ରମଣ ଘଟଣା, ପୁରୁଷ ଶୂନ୍ୟ ହେଲା ଗାଁ

author img

By

Published : May 17, 2022, 8:30 AM IST

ମାଟିକାଲ ଗାଁରେ ପୋଲିସକୁ ଆକ୍ରମଣ ଘଟଣା, ପୁରୁଷ ଶୂନ୍ୟ ହେଲା ଗାଁ

ଗଞ୍ଜେଇ ରଖିଥିବା ସନ୍ଦେହରେ ଚଢାଉ ସମୟରେ ମାଲକାନଗିରିର ପୋଲିସକୁ ମାରିବା ଘଟଣା । ମାଛକୁଣ୍ଡ ନିକଟସ୍ଥ ମାଟିକାଲ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

କୋରାପୁଟ: ଗଞ୍ଜେଇ ରଖିଥିବା ସନ୍ଦେହରେ ଚଢାଉ ସମୟରେ ମାଲକାନଗିରିର ପୋଲିସକୁ ମାରିବା ଘଟଣା । ମାଛକୁଣ୍ଡ ନିକଟସ୍ଥ ମାଟିକାଲ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କଲା ପୋଲିସ । ଗାଁରେ ତଲାସୀ ଚାଲିଥିବା ବେଳେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ OSAP, IRB, ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମାଛକୁଣ୍ଡ ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ପଟ୍ଟନାୟକଙ୍କ ଉପସ୍ଥିତିରେ ମାଟିକାଲରେ ପେଲିସ ଫୋର୍ସ ଗାଁ ର ସମସ୍ତ ଘରେ ଭିତରେ ପସି ସର୍ଚ୍ଚ କରିଥିଲେ । ପଳରେ ଗାଁ ପୁରୁଷ ଶୂନ୍ୟ ରହିଥିବା ବେଳେ ଗାଁ ଲୋକଙ୍କ ଘରୁ ଆଦିବାସୀ ସମ୍ପ୍ରଦାୟର ଅସ୍ତ୍ରଶସ୍ତ୍ର ଧନୁସର ଓ ବର୍ଚ୍ଛା ଜବତ ହୋଇଛି ।

ମାଟିକାଲ ଗାଁରେ ପୋଲିସକୁ ଆକ୍ରମଣ ଘଟଣା, ପୁରୁଷ ଶୂନ୍ୟ ହେଲା ଗାଁ

ଏହା ମଧ୍ୟ ପଢନ୍ତୁ:-ଗଞ୍ଜେଇ ସନ୍ଦେହରେ ଚଢାଉ ବେଳେ ପୋଲିସକୁ ମାଡ ମାରିଲେ ଗ୍ରାମବାସୀ

ପୋଲିସର ସର୍ଚ୍ଚ ଅପରେସନ ସମୟରେ ସ୍ଥାନୀୟ ସରପଞ୍ଚ ମଧ୍ୟ ଉପସ୍ଥିତ ରହି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣାକୁ ନେଇ ଆପୋଷ ବୁଝାମଣା କରିବାକୁ ପୋଲିସ କହିଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର ମଧ୍ୟ ରାତ୍ରରେ ମାଲକାନଗିରି ଜିଲ୍ଲା ପୋଲିସ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ପଶି ଗଞ୍ଜେଇ ରେଡ଼ କରୁଥିବା ସମୟରେ ଗାଁ ଲୋକେ ପୋଲିସ କର୍ମଚାରୀଙ୍କୁ ଡକାୟତ ଭାବି ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ପୋଲିସ ଅଧିକାରୀ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.