ETV Bharat / state

କୋଟିଆର 13 ଗାଁକୁ ଆଡ ଆଖିରେ ଚାହୁଁ ନାହାନ୍ତି ସରକାର !

କୋଟିଆ ପଞ୍ଚାୟତର ମାତଲମ୍ବା, ସୁଲିଆମାରି, କାଟ୍ରାଗଡା, ସାଲିପଦର୍, କାଲିଆମ୍ବ ଭଳି ଆଉ 13ଟି ଗାଁକୁ ସରକାର ଅବହେଳା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

କୋଟିଆର ବିଭିନ୍ନ ଗାଁକୁ ସରକାର ଅବହେଳା କରୁଥିବା ଅଭିଯୋଗ
କୋଟିଆର ବିଭିନ୍ନ ଗାଁକୁ ସରକାର ଅବହେଳାକୋଟିଆର ବିଭିନ୍ନ ଗାଁକୁ ସରକାର ଅବହେଳା କରୁଥିବା ଅଭିଯୋଗ କରୁଥିବା ଅଭିଯୋଗ
author img

By

Published : August 5, 2022 at 8:21 AM IST

Choose ETV Bharat

କୋରାପୁଟ: ସରକାର କେବଳ ଫାଟୁସିନେରି ଠାରୁ ଆରମ୍ଭ କରି ନେରେଡିବାଲାସା ପର୍ଯ୍ୟନ୍ତ ଥିବା କୋଟିଆ ନିକଟବର୍ତ୍ତୀ ଗାଁଗୁଡିକରେ ଅର୍ଥ ନିବେଶ କରୁଥିବା ଅଭିଯୋଗ ହୋଇଛି । ଦେଓମାଳୀ ପର୍ବତର ପାଦଦେଶରେ ଥିବା କୋଟିଆ ପଞ୍ଚାୟତର ମାତଲମ୍ବା, ସୁଲିଆମାରି, କାଟ୍ରାଗଡା, ସାଲିପଦର୍, କାଲିଆମ୍ବ ଭଳି ଆଉ 13ଟି ଗାଁ କଥା ସରକାର ଭୁଲିଯାଇଥିବା ଗ୍ରାମବାସୀଙ୍କ ଅଭିଯୋଗ । ପାହାଡ଼ର ଢ଼ାଲୁ ଜମିରେ ଚାଷ କରି ବଞ୍ଚୁଥିବା ଗ୍ରାମବାସୀଙ୍କ ପାଇଁ ଜୀବନ ଜୀବିକା ଏକ ବୋଝ ସଦୃଶ ହୋଇଛି ।

କୋଟିଆର ବିଭିନ୍ନ ଗାଁକୁ ସରକାର ଅବହେଳା କରୁଥିବା ଅଭିଯୋଗ

କଦଳୀ କାନ୍ଧିକୁ କାନ୍ଧରେ ବୋହି କୁନ୍ଦୁଲି ହାଟପଦା କିମ୍ବା ନିକଟବର୍ତ୍ତୀ ଆନ୍ଧ୍ରପ୍ରଦେଶର ହାଟକୁ ନେଲେ ଦୁଇପଇସା ମିଳେ । କିନ୍ତୁ ସମସ୍ତେ ତାହା କରିପାରୁନଥିବା ଯୋଗୁଁ ଗାଁ ପାଖକୁ ଆସୁଥିବା ସାହୁକାର ହାତକୁ ଶାଗ ମାଛ ଦରରେ ବିକ୍ରି କରି ଦେଉଥିବା ଜଣାଇଛନ୍ତି । ଅପରପକ୍ଷରେ ଦେଓମାଳୀରେ ପର୍ଯ୍ୟଟନର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବାବେଳେ ସେଥିରେ ମଧ୍ୟ ଏହି ଗ୍ରାମଗୁଡ଼ିକର ଲୋକଙ୍କୁ କାମ ନମିଳିବା ଫଳରେ ଆନ୍ଧ୍ର ଯିବାର ଧାରାକୁ ଆଜିବି ରୋକାଯାଇ ପାରିନାହିଁ ବୋଲି ମାତଲମ୍ବାର ଗ୍ରାମବାସୀ କହିଛନ୍ତି ।

ଏହି ଅଞ୍ଚଳର ଜିଲ୍ଲା ପରିଷଦ ସଦସ୍ୟ ଟିକାଇ ଗେମେଲ କୋଟିଆ ପଞ୍ଚାୟତର ଏହି ଗ୍ରାମଗୁଡ଼ିକ ପ୍ରତି ନ୍ୟାୟ ଦେବା ପାଇଁ ସେ ଜିଲ୍ଲା ପରିଷଦର ବୈଠକରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଓଡ଼ିଶା ସରକାର ନିଜ ରାଜ୍ୟର ନକ୍ସା ମଧ୍ୟରେ ଦେଓମାଳୀର ସ୍ଥିତି ସମ୍ପର୍କରେ ବିବାଦ ସୃଷ୍ଟି କରିଥିବା ବେଳେ ଦେଓମାଳୀର ପାଦଦେଶରେ ଥିବା କୋଟିଆ ପଞ୍ଚାୟତର ଅବହେଳିତ ଗ୍ରାମଗୁଡ଼ିକ ପ୍ରତି କେତେଦୂର ନଜର ଦେଇ ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କୋରାପୁଟ