ETV Bharat / state

ବିଶାଖାପାଟଣାରେ ଜାତୀୟସ୍ତରୀୟ ଆଦିବାସୀ ନୃତ୍ୟ ମହୋତ୍ସବ: ୩ୟ ସ୍ଥାନ ଗ୍ରହଣ କଲା କୋରାପୁଟର ଦୁରୁଆ ନୃତ୍ୟ - ଦୁରୁଆ ନୃତ୍ୟ

ବିଶାଖାପାଟଣାରେ ରବିବାର ଜାତୀୟସ୍ତରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତମ ପ୍ରଦର୍ଶନ କରି କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି । ଅଧିକ ପଢନ୍ତୁ

Koraput's Durua Dance won third place in the national competition
କୋରାପୁଟର ଦୁରୁଆ ନୃତ୍ୟ ଜାତୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର
author img

By

Published : Jun 13, 2022, 5:09 PM IST

କୋରାପୁଟ: ବିଶାଖାପାଟଣାରେ ରବିବାର ଜାତୀୟସ୍ତରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତମ ପ୍ରଦର୍ଶନ କରି କୋରାପୁଟ ଜିଲ୍ଲାର ଦୁରୁଆ ନୃତ୍ୟ ଜାତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି । ଶାବେରୀ ନଦୀର ଗୁପ୍ତେଶ୍ବର ନିକଟବର୍ତ୍ତୀ ସିରିବେଡା ଠାରୁ ଆରମ୍ଭକରି ଗାଁ ଗଣ୍ଡାରେ ରହୁଥିବା ହଜାର ହଜାର ଦୁରୁଆ ପରିବାର ଆଦିବାସୀ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ଥର ପୁରସ୍କୃତ । କିନ୍ତୁ ସେଠାରେ ସିରିବେଡା ଅଞ୍ଚଳର ଦୁରୁଆ କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ଏହି ନୃତ୍ୟ ଦର୍ଶକଙ୍କ ହୃଦୟ ଜିଣିବାରେ ସମର୍ଥ ହୋଇଥିଲା । ତେଣୁ ଏହି ଦଳକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ବୋଲି ସିରିବେଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁଳମଣି ଜେନା ସୂଚନା ଦେଇଛନ୍ତି ।

କୋରାପୁଟର ଦୁରୁଆ ନୃତ୍ୟ ଜାତୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର

ଗତ କିଛିଦିନ ପୂର୍ବେ ଭୁବନେଶ୍ବରରେ ଆୟୋଜିତ ଏକ ଆଦିବାସୀ ନୃତ୍ୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଏହି ଦଳ ବିଶାଖାପାଟଣା ଠାରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବରେ ଭାଗ ନେବାର ସୁଯୋଗ ପାଇଥିବା ଶ୍ରୀ ଜେନା ଜଣାଇଛନ୍ତି । ଦେଶର ବିଭିନ୍ନ ରାଜ୍ୟରୁ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିବାବେଳେ ଓଡ଼ିଶାକୁ ପ୍ରତିନିଧିତ୍ଵ କରି କୋରାପୁଟ ମାଟିକୁ ଗର୍ବ ଓ ଗୌରବ ଆଣିଥିବା ଯୋଗୁଁ ଦର୍ଶକ ମହଲରୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.