ମୃତ ଯବାନଙ୍କ ପରିବାରକୁ ଚାକିରି ଦେଲାନି CRPF, ସରକାରଙ୍କୁ ଦାୟୀ କଲେ ପରିବାର

author img

By

Published : Sep 17, 2022, 10:16 PM IST

Updated : Sep 18, 2022, 8:50 AM IST

ମୃତ ଯବାନଙ୍କ ପରିବାରକୁ ଚାକିରି ଦେଲାନି CRPF, ସରକାରକୁ ଦାୟୀ କଲେ ପରିବାର

କୋରାପୁଟରେ ଜଣେ ମୃତ ଯବାନଙ୍କ ପରିବାରକୁ CRPF ଚାକିରି ଦେବାରେ ଅବହେଳା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ ୧୮ ବର୍ଷ ହୋଇନଥିବା କହି ଚାକିରି ନ ଦେବା ପରେ ଏବେ ୩୨ ବର୍ଷ ହେବା ପରେ ଚାକିରି ପାଇଁ ରୋକଠୋକ ମନା କରିଛି । ସରକାରକୁ ଦାୟୀ କଲେ ପରିବାର । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲାର CRPF ଯବାନ ପ୍ରଭାସ କୁମାର ମହାନ୍ତି ୨୦୦୬ ମସିହାରେ ପାଣିରେ ଗାଧୋଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସାନ ଭାଇକୁ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଥିଲା ସିଆରପିଏଫ । ମୃତ୍ୟୁବେଳେ ସାନ ଭାଇ ପବନକୁ ୧୬ ବର୍ଷ ହୋଇନଥିବାରୁ ଚାକିରି ଦେଇନଥିଲା ବିଭାଗ । ଏହାପରେ ଚାକିରି ଦେବାରେ ଅବହେଳା କରି ଏବେ ପବନକୁ ୩୨ ବର୍ଷ ହେବା ପରେ ଚାକିରି ଦେବାକୁ ରୋକଠୋକ ମନା କରିଛି ସିଆରପିଏଫ । ଏବେ ପବନ ନିଜ ବେକାରୀକୁ ନେଇ ସରକାରଙ୍କୁ ଦାୟୀ କରିଛି ।

କୋଲାବ ଜଳ ବିଦ୍ୟୁତ୍ ଯୋଜନାରେ ଏକ ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା ପ୍ରଫୁଲ୍ଲ ମହାନ୍ତିଙ୍କ ପୁଅ ଥିଲେ ସିଆରପିଏଫ ଯବାନ ପ୍ରଭାସ କୁମାର ମହାନ୍ତି । ୨୦୦୬ ମସିହାରେ ପଶ୍ଚିମବଙ୍ଗରେ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଥିଲେ । ତେବେ ଗାଧୋଇବା ସମୟରେ ପ୍ରଭାସ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ବିଭାଗୀୟ ସଫେଇ ଦେଇ ପତ୍ରରେ ଲେଖିଥିଲା ।

ତେବେ ଦୀର୍ଘ ୧୬ ବର୍ଷ ବିତି ଯାଇଥିଲେ ମଧ୍ୟ CRPFର ପ୍ରତିଶୃତି ପାଳନରେ ଦେଖାଯାଇଥିବା ବିମୁଖତା ଯୋଗୁଁ ପ୍ରଭାସର ମୃତ୍ୟୁର କାରଣ ସମ୍ପର୍କରେ ପରିବାର ସନ୍ଦେହ କରିବାକୁ ବାଧ୍ୟ ହୋଇଛନ୍ତି । ପ୍ରଭାସର ମୃତ୍ୟୁ ପରେ ସିଆରପିଏଫ୍ ପକ୍ଷରୁ ସାନ ପୁଅ ପବନକୁ ଚାକିରି ଓ ବାପା ମାଆଙ୍କୁ ପାରିବାରିକ ପେନସନ ଯୋଗାଇଦେବାର ପ୍ରତିଶ୍ରୁତି ମିଳିଥିଲା । ମାତ୍ର ସିଆରପିଏଫ୍ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ମୃତ ଯବାନଙ୍କ ପରିବାରକୁ ଚାକିରି ଦେଲାନି CRPF, ସରକାରକୁ ଦାୟୀ କଲେ ପରିବାର
ମୃତ ଯବାନଙ୍କ ପରିବାରକୁ ଚାକିରି ଦେଲାନି CRPF, ସରକାରକୁ ଦାୟୀ କଲେ ପରିବାର

ଏହା ବି ପଢନ୍ତୁ- କୋରାପୁଟରେ ଅହିଂସା ରଥକୁ ବିପୁଳ ସ୍ବାଗତ

ମୃତ ଯବାନଙ୍କ ପରିବାରକୁ ଚାକିରି ଦେଲାନି CRPF

ପ୍ରଭାସଙ୍କ ମୃତ୍ୟୁ ଘଟିବା ବେଳକୁ ସାନ ଭାଇ ପବନର ବୟସ ୧୮ ବର୍ଷ ହୋଇନଥିବା ଯୋଗୁଁ ପରବର୍ତ୍ତୀ ପର୍ଯ୍ୟାୟରେ ତାକୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା ଓ ସେ ନେଇ ବିଭିନ୍ନ କାଗଜପତ୍ର ପ୍ରସ୍ତୁତି କରିବାରେ ଅର୍ଥ ଓ ସମୟ ଅପଚୟ ଘଟିଥିଲେ ମଧ୍ୟ ସିଆରପିଏଫ୍ ର ଅବହେଳାରେ ଅନ୍ତ ଘଟିନଥିବା ମା' ମଞ୍ଜୁଲତା ଅଭିଯୋଗ କରିଛନ୍ତି । ଶେଷକୁ ୧୬ ବର୍ଷର ଅବହେଳା ଦେଖାଇବା ପରେ ବର୍ତ୍ତମାନ ସିଆରପିଏଫ୍‌ର ଅଧିକାରୀମାନେ ପବନର ବୟସ ୩୨ ବର୍ଷ ହୋଇଯାଇଥିବା ଯୋଗୁଁ ଚାକିରୀ ଦେବା ସମ୍ଭବ ହେବ ନାହିଁ ବୋଲି ରୋକଠୋକ୍‌ ମନାକରିଦେଇଥିବା ସେ କହିଛନ୍ତି ।

ମୃତ ଯବାନଙ୍କ ପରିବାର
ମୃତ ଯବାନଙ୍କ ପରିବାର

ଏଥିସହିତ ପ୍ରଭାସଙ୍କ ପିତା ପ୍ରଫୁଲ୍ଲ ମହାନ୍ତି ଗୋଟିଏ ପେନସନ ପାଉଥିବା ଯୋଗୁଁ ସିଆରପିଏଫ୍ ପକ୍ଷରୁ ପାରିବାରିକ ପେନସନ ଦେବା ସମ୍ଭବ ନୁହେଁ ବୋଲି ନିକଟ ଅତୀତରେ ଚିଠି ଆସି ପହଞ୍ଚିବା ପରେ ପରିବାର ମୁଣ୍ଡରେ ଚଡ଼କ ପଡ଼ିଛି । ଗୋଟିଏ ପଟେ ବେକାରୀ ସହ ଯୁଦ୍ଧ କରିଥିବା ସାନ ପୁଅ କିପରି ଥଇଥାନ ହେବ, ସେ ଚିନ୍ତା ହୃଦୟକୁ ବିଚଳିତ କରିଥିବାବେଳେ ଅନ୍ୟପଟେ ପ୍ରଫୁଲ୍ଲଙ୍କ ପକ୍ଷାଘାତ ରୋଗ ଓ ମା' ମଞ୍ଜୁଲତାଙ୍କ ଦୁର୍ବଳ ସ୍ବାସ୍ଥ୍ୟକୁ ନେଇ ଆର୍ଥିକ ଅନାଟନ ପରିବାରର ଚିନ୍ତା ବଢ଼ାଇଛି । ପବନ ତାଙ୍କ ବେକାରୀ ପାଇଁ ସିଆରପିଏଫ୍‌କୁ ଦାୟୀ କରିଥିବା ସହିତ ୧୬ ବର୍ଷର ଅବହେଳାକୁ ଗଣନା କରି ସିଆରପିଏଫ୍ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated :Sep 18, 2022, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.