ଶାରୀରିକ ସମ୍ପର୍କ ରଖି ଭିଡିଓ ଭାଇରାଲ କଲା ସମ୍ପର୍କୀୟ ଭାଇ, ଥାନରେ ଯୁବତୀ

author img

By

Published : Sep 17, 2021, 12:16 PM IST

ଅନ୍ତରଙ୍ଗ ମୂହୁର୍ତ୍ତରେ ଭିଡିଓ ଭାଇରାଲ ; ନ୍ୟାୟ ପାଇଁ ଥାନାରେ ଯୁବତୀ

ଭାଇରାଲ ହେଉଛି ଅନ୍ତରଙ୍ଗ ମୂହୁର୍ତ୍ତରେ ଭିଡିଓ । ଥାନାରେ ମାମଲା । ଗିରଫ ହୋଇନି ଅଭିଯୁକ୍ତ । ଯୁବତୀଙ୍କ ସମ୍ପର୍କୀୟ ଭାଇ ହେବ ଅଭିଯୁକ୍ତ । ଅଧିକ ପଢନ୍ତୁ...

କୋରାପୁଟ: ଅନ୍ତରଙ୍ଗ ମୂହୁର୍ତ୍ତରେ ଭିଡିଓ ହେଲା ଭାଇରାଲ । ମୋବାଇଲରୁ ମୋବାଇଲ ଘୁରି ବୁଲିଛି ଏହି ଭିଡିଓ । ଯାହା ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ଯୁବତୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରେ ।

ଅନ୍ତରଙ୍ଗ ମୂହୁର୍ତ୍ତରେ ଭିଡିଓ ଭାଇରାଲ ; ନ୍ୟାୟ ପାଇଁ ଥାନାରେ ଯୁବତୀ

ସୂଚନା ଅନୁସାରେ, ପଟାଙ୍ଗି ଅଞ୍ଚଳର ଜଣ ଯୁବତୀ ଆନ୍ଧ୍ରର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ । ସେହି ସମୟରେ ନିଜ ଗାଁର ଏକ ବ୍ୟକ୍ତି ତାଙ୍କ ସହ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲେ । ବ୍ୟକ୍ତି ଜଣକ ଯୁବତୀଙ୍କୁ ଦ୍ବିତୀୟ ଥର ଶାରିରୀକ ସମ୍ପର୍କ ରଖିବାକୁ ଡାକିବାରୁ ଯୁବତୀ ଅମଙ୍ଗ ହୋଇଥିଲେ । କ୍ରୋଧରେ ଜର୍ଜରିତ ହୋଇ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓଟି ଭାଇରାଲ କରିଦେଇଥିଲେ ବ୍ୟକ୍ତି ଜଣକ । ତେବେ ଯୁବତୀଙ୍କ ସମ୍ପର୍କୀୟ ଭାଇ ହେବ ଅଭିଯୁକ୍ତ ଓ ସେ ବିବାହିତ ।

ଏନେଇ ନ୍ୟାୟ ପାଇଁ ଯୁବତୀ ଜଣକ ଥାନାର ଦ୍ବାରସ୍ତ ହୋଇଛନ୍ତି । ଅଭିଯୋଗ କରିବାର ୧୫ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିନି ପୋଲିସ ।

କୋରାପୁଟରୁ ସି.ଏଚ. ଶାନ୍ତାକାର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.