କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହ ବଢ଼ିଛି: କୁଳପତି

author img

By

Published : May 25, 2022, 7:20 PM IST

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହ ବଢ଼ିଛି: କୁଳପତି

କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ପ୍ରକାଶ ପାଉଥିବା ବିଶ୍ବବିଦ୍ୟାଳୟର ଭାରାପ୍ରାପ୍ତ କୁଳପତି ଶରତ କୁମାର ପାଲିତା ଜଣାଇଛନ୍ତି । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲାର ସୁନାବେଡା ଠାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ପ୍ରକାଶ ପାଉଥିବା ବିଶ୍ବବିଦ୍ୟାଳୟର ଭାରାପ୍ରାପ୍ତ କୁଳପତି ଶରତ କୁମାର ପାଲିତା ଜଣାଇଛନ୍ତି । ପ୍ରଫେସର ପାଲିତାଙ୍କ ସୂଚନା ମୁତାବକ, ଗତ କିଛିଦିନ ପୂର୍ବେ ୫ ବର୍ଷିୟା ଗଣିତ ପାଠ୍ୟକ୍ରମରେ ୨୬ଟି ଆସନ ପାଇଁ ପ୍ରାୟ ୯ ହଜାରଟି ଆବେଦନ ପତ୍ର ମିଳିଛି । ସାରା ଭାରତ ବର୍ଷରୁ ଛାତ୍ରଛାତ୍ରୀ ଏପରି ବିପୁଳ ଆଗ୍ରହ ଦେଖାଇବା ବିଶ୍ବବିଦ୍ୟାଳୟ ପ୍ରତି ବୃଦ୍ଧି ପାଉଥିବା ଆଦରର ପ୍ରତିଛବି ବୋଲି ପ୍ରଫେସର ପାଲିତା ଜଣାଇଛନ୍ତି ।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହ ବଢ଼ିଛି: କୁଳପତି

ଚଳିତ ବର୍ଷ ଏହି ବିଶ୍ଵବିଦ୍ୟାଳୟଟି ଜାତୀୟ ସ୍ତରର ଏକକ ପ୍ରବେଶ ପରୀକ୍ଷା ପରିଧି ମଧ୍ୟକୁ ଆସିଯାଇଥିବା ଯୋଗୁଁ ଏଠାରେ ଥିବା ବିଭିନ୍ନ ବିଭାଗ ପାଇଁ ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଆସନ୍ତା ଦିନରେ ଅନୁଷ୍ଠିତ ହେଉଥିବା ପ୍ରବେଶ ପରୀକ୍ଷାରେ ଆବେଦନ କରିବେ ବୋଲି ଆଜି(ବୁଧବାର) ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଆଶା ପୋଷଣ କରିଛନ୍ତି ।

ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଏହି ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ଦେବା ପାଇଁ ୩୦ଟି ଜିଲ୍ଲା ମଧ୍ୟରୁ 28ଟିରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ସେ ଜଣାଇଛନ୍ତି । ବର୍ତ୍ତମାନ ବିଶବବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଥିବା ବେଳେ ନୂତନ କୁଳପତି ଯୋଗଦେବା ପରେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରଫେସର ପାଲିତା ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.