ହୋମ ନିଆଁ ରହିଲା ସାକ୍ଷୀ, ସ୍ବାମୀକୁ ଦ୍ବିତୀୟ ଥର ବିବାହ କଲେ ପତ୍ନୀ

author img

By

Published : May 21, 2022, 9:55 AM IST

Updated : May 21, 2022, 12:04 PM IST

ବିଧବା ପତ୍ନୀଙ୍କୁ ଦ୍ବିତୀୟ ଥର ବିବାହ କଲେ ସ୍ବାମୀ

ବିଧବା ପତ୍ନୀଙ୍କୁ ଦ୍ବିତୀୟ ଥର ବୈଦିକ ରିତିନୀତିରେ ବିବାହ କଲା ସ୍ବାମୀ । ୨ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ଭାବି ଶୁଦ୍ଧିକ୍ରିୟା କରିଥିଲେ ପରିବାର ଲୋକେ । ଅଧିକ ପଢନ୍ତୁ

କୋରାପୁଟ: ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଜାଣି ମଥାରୁ ସିନ୍ଦୁର ପୋଛି ଦେଇଥିଲା ସ୍ତ୍ରୀ । ପରିବାର ଲୋକେ ମଧ୍ୟ ଶୁଦ୍ଧିକ୍ରିୟା କରିଥିଲେ । କିନ୍ତୁ ୨ ବର୍ଷ ପରେ ହଠାତ ଘରକୁ ଫେରିଥିଲେ ପ୍ରାଣ ହରାଇଥିବା ବ୍ୟକ୍ତି । ଫେରିବା ପରେ ବିଧବା ପତ୍ନୀଙ୍କୁ ପୁଣି ଦ୍ବିତୀୟ ଥର ପାଇଁ ବୈଦିକ ରିତିନୀତିରେ କରିଛନ୍ତି ବିବାହ । ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତର ପୋଡାପଦର ଗ୍ରାମରେ ।

ହୋମ ନିଆଁ ରହିଲା ସାକ୍ଷୀ, ସ୍ବାମୀକୁ ଦ୍ବିତୀୟ ଥର ବିବାହ କଲେ ପତ୍ନୀ

ଗ୍ରାମର ଘାସି ଅମନାତ୍ୟ କିଛି ଲୋକଙ୍କ ସହିତ ଗତ ୨ ବର୍ଷ ତଳେ ଦାଦନ ପାଇଁ ଆନ୍ଧ୍ରପ୍ରଦେଶର କୌଣସି ଏକ ସହରକୁ ବାହାରିଥିଲେ । ଯିବା ସମୟରେ ଘାସି ବାଟବଣା ହୋଇଯାଇଥିଲେ । ସାଙ୍ଗ ମାନେ ବହୁ ଦିନ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ଘାସିଙ୍କୁ ନପାଇ ନିରାଶ ହୋଇ ଥିଲେ । ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇ ଦୁଃଖରେ ମ୍ରିୟମାଣ ହୋଇ ପୁଅର ଶୁଦ୍ଧିକ୍ରିୟା କରିବା ସହ ତାଙ୍କ ସ୍ତ୍ରୀଙ୍କୁ ବିଧବା ହେବାକୁ ପଡିଥିଲା ।

ତେବେ ହଠାତ ୨ ବର୍ଷ ପରେ ବା ଗତ ଦୁଇ ମାସ ତଳେ ଗାଁରେ ଘାସି ହାଜର ହେବା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ଏହାପରେ ନିଜର ଦାଦନ ଦୁଃଖ ବଖାଣିଥିଲେ ସମସ୍ତଙ୍କୁ । ଏହାପରେ କୁଳ ସମାର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇ ପରମ୍ପରା ଅନୁଯାୟୀ ପୁଣି ବୈଦିକ ରୀତିରେ ନିଜ ବିଧବା ପତ୍ନୀଙ୍କୁ ଆଉ ଥରେ ବିବାହ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ଗ୍ରାମର ଶିବ ମନ୍ଦିର ଠାରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated :May 21, 2022, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.