ଓଡିଶା-ଆନ୍ଧ୍ର ସୀମାରୁ ବିପୁଳ ମାଓ ସାମଗ୍ରୀ ଜବତ

author img

By

Published : Sep 22, 2022, 2:47 PM IST

ଓଡିଶା- ଆନ୍ଧ୍ର ସୀମାରୁ ବିପୁଳ ମାଓ ସାମଗ୍ରୀ ଜବତ

ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତି ଇଲାକା କୋରାପୁଟର ମାଛକୁଣ୍ଡ ଓ ମାଲକାନଗିରି ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ

କୋରାପୁଟ: ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତି ଇଲାକା କୋରାପୁଟର ମାଛକୁଣ୍ଡ ଓ ମାଲକାନଗିରି ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ । ଜିଲ୍ଲା ପୋଲିସ, ଏସ୍ଓଜି, ଡିଭିଏଫ୍‌ର ମିଳିତ ମାଓ ଅପରେସନ୍ ସଫଳ ହୋଇଛି । ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଇଲାକା କୋରାପୁଟ ମାଛକୁଣ୍ଡ, ମାଲକାନଗିରି କୁସୁମପୁଟ, ମାତାମ୍ପୁଟ ସମେତ ଆନ୍ଧ୍ର ପ୍ରଦେଶର ଆଲୁରି ସିତରମରାଯୁ ଜିଲ୍ଲାର ଯୋଡ଼ିଗୁମ୍ମା ଅଞ୍ଚଳ, ମୁଦୁଲିପଡ଼ା ଥାନା ଅଞ୍ଚଳରେ ଅପରେସନ ଓଡ଼ିଶା ପୋଲିସ ଓ ବିଏସଏଫର ମିଳିତ ସର୍ଚ୍ଚ ଅପରେସନ ହୋଇଥିଲା ।

ଓଡିଶା- ଆନ୍ଧ୍ର ସୀମାରୁ ବିପୁଳ ମାଓ ସାମଗ୍ରୀ ଜବତ

ଅନ୍ଦ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପୁଟ ନିକଟ ଜଙ୍ଗଲ ମଧ୍ୟରୁ ମାଓବାଦୀଙ୍କ ବାରୁଦଗଦା ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି, କୋରାପୁଟ ଏସପି ବରୁଣ କୁଣ୍ଟୁପାଲି । ବିପୁଳ ବିସ୍ଫୋରକ, ୩୧ଟି ଜିଲାଟିନ୍ ଷ୍ଟିକ୍, ୧୧ ଇଲେକ୍ଟ୍ରିକ ଡିଟୋନେଟର, ୨ଟି ଟିଫିନ ବୋମା, ଗୋଟିଏ ପ୍ରେସର୍ କୁକର ବୋମା, ୭୦ ହଜାର ଟଙ୍କା ୫୦୦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଅପରେସନ ନେଇ କୋରାପୁଟ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ମାଓବାଦୀ ଏହି ଅଞ୍ଚଳରେ ଜବତ ହୋଇଥିବା ବିସ୍ଫୋରକ ବ୍ୟବହାର କରି ପୋଲିସ ଉପରେ ଆକ୍ରମଣ କରିବାର ଯୋଜନା କରିଥାଇପାରନ୍ତି ବୋଲି ଏସପି ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏ ସଂକ୍ରାନ୍ତରେ କାହାରିକୁ ଗିରଫ କରାଯାଇନଥିବା ସୂଚନା ଦେଇଛନ୍ତି କୋରାପୁଟ ଏସପି । ନିକଟରେ ବହୁ ସଂଖ୍ୟାରେ ମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ । ଗତ ସପ୍ତାହରେ ଆନ୍ଧ୍ର ପ୍ରଦେଶର ଆଲୁରି ସିତରମରାଯୁ ବିଏସଏଫ କ୍ୟାମ୍ପରେ ସେମାନେ ଆତ୍ମସମର୍ପଣ କରିଥିଲେ ।

ଏହା ବି ପଢନ୍ତୁ...ରଙ୍ଗମାଟିଆ ଗାଁରେ ବ୍ୟାପୁଛି କିଡନୀ ରୋଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ ଖବର

ଏହାପରେ କୋରାପୁଟ ପୋଲିସ, ଏସ୍ଓଜି, ଡିଭିଏଫ୍‌ର ମିଳିତ ଅପରେସନ୍ ହୋଇଥିଲା । ଏହା ଓଡିଶା ପୋଲିସ ଓ BSF ପାଇଁ ବଡ ସଫଳତା । ଆଗାୀ ଦିନରେ ସୂଚନା ମିଳିଲେ ଏହିପରି ଅପରେସନ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି । ଗତମାସ ୧୯ ତାରିଖରେ କନ୍ଦମାଳ ବାଲନ୍ଦାପଡ଼ା ପଞ୍ଚାୟତର ସୁକାଙ୍ଗୀ ଜଙ୍ଗଲରେ SOG ଓ DVF ସୁରକ୍ଷାକର୍ମୀଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ଏକ ମାଓ ଡମ୍ପକୁ ଠାବ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.