ବିବାଦୀୟ ଗୀତ ଗାଇ ହରଡ଼ଘଣାରେ କଣ୍ଠଶିଳ୍ପୀ, ଗାୟକଙ୍କ ବିରୁଦ୍ଧରେ ଏତଲା

author img

By

Published : Sep 16, 2022, 11:34 AM IST

Updated : Sep 17, 2022, 11:54 AM IST

ବିବାଦାୟୀ ଗୀତ ଗାଇ ହରଡ଼ଘଣାରେ କଣ୍ଠଶିଳ୍ପୀ, କୋରାପୁଟ ଗାୟକଙ୍କ ବିରୁଦ୍ଧରେ ଥାନାରେ ଏତଲା

ମହିଳାଙ୍କ ପ୍ରତି ଅପମାନଜନକ ଗୀତ ଗାଇଥିବା ଅଭିଯୋଗରେ କଣ୍ଠଶିଳ୍ପୀ ଙ୍କର ଓମ ସରଣ ଓରଫ୍‌ ଉମାକାନ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି ନାରୀ ସଂଗଠନ(FIR filed against singer) । ଅଧିକ ପଢ଼ନ୍ତୁ

କୋରାପୁଟ: ମହିଳାଙ୍କ ପ୍ରତି ଅପମାନଜନକ ଗୀତ ଗାଇଥିବା ଅଭିଯୋଗରେ କଣ୍ଠଶିଳ୍ପୀଙ୍କର ଓମ ସରଣ ଓରଫ୍‌ ଉମାକାନ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି ନାରୀ ସଂଗଠନ (FIR filed against singer) । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାରୀ ସଂଗଠନ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗାମୀ ଦିନରେ ରାଜରାସ୍ତାରେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଏହାକୁ ନେଇ କୋରାପୁଟର ଜଣେ କଳାକାର କହିଛନ୍ତି, "ଏହି ଗୀତକୁ ଆମେ ଘୋର ନିନ୍ଦା କରୁଛୁ । ଯେଉଁମାନେ ଏହି ଗୀତ ଗାଉଛନ୍ତି ସେମାନଙ୍କୁ ଆମେ ନିନ୍ଦା କରୁଛୁ । ଆମ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଆ ଭଉଣୀଙ୍କୁ ନେଇ ଯେଉଁ ଅଶ୍ଲୀଳ ଗୀତ ରଚନା ହେଉଛି ତାହାକୁ ପ୍ରଶୟ ଦିଆଯିବନାହିଁ । କେବେ କିଏ ଆମ ମାଆ ଭଉଣୀଙ୍କୁ ଅସମ୍ମାନ କରିବେ ଆମେ ଭାବି ନଥିଲୁ ।"

ବିବାଦାୟୀ ଗୀତ ଗାଇ ହରଡ଼ଘଣାରେ କଣ୍ଠଶିଳ୍ପୀ, କୋରାପୁଟ ଗାୟକଙ୍କ ବିରୁଦ୍ଧରେ ଥାନାରେ ଏତଲା

ଏଭଳି ହୀନ ମାନସିକତାର ଗୀତକୁ ଘୋର ବିରୋଧ କରିଛନ୍ତି ମହିଳା ଗୋଷ୍ଠୀ । ଏହି ଗୀତକୁ ବ୍ୟାନ୍ କରିବା ସହ ଗୀତ ରଚନା କରିଥିବା ଓ କଣ୍ଠ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳା ଗୋଷ୍ଠୀ ଦାବି କରିଛନ୍ତି । ଅନୁରୂପ ଭାବେ ସେମିଳିଗୁଡାରେ ମଧ୍ୟ ମହିଳା ଗୋଷ୍ଠୀ ଥାନାରେ ଗୀତରେ ଅଭିଯୋଗ କରିଛନ୍ତି । ଏଦିଗରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ଅରୂପ ଅଭିଷେକ ବେହେରା କହିଛନ୍ତି ।

Last Updated :Sep 17, 2022, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.