ଜିଲ୍ଲାରେ ଖଣି ଖନନ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Sep 19, 2021, 6:51 PM IST

ଜିଲ୍ଲାରେ ଖଣି ଖନନ କାର୍ଯ୍ୟର ତ୍ବରାନ୍ବିତ ପାଇଁ ଜିଲ୍ଲାପାଳଙ୍କୁ ଦାବିରତ୍ର

ଖଣିଖନନ କାର୍ଯ୍ୟକ୍ଷମ ନହେବା ଅଭିଯୋଗରେ ସେମିଳିଗୁଡା ଅଞ୍ଚଳର ଶତାଧିକ ଯୁବକ ରାଜରାସ୍ତାକୁ ଓହ୍ଲାଇଛନ୍ତି । କାର୍ଯ୍ୟ ଆରମ୍ଭ ହେଲେ ବହୁ ଯୁବକ ଯୁବତୀ ରୋଜଗାରକ୍ଷମ ହୋଇପାରିବେ ବେଲି ଅଞ୍ଚଳବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

କୋରାପୁଟ: ଜିଲ୍ଲାରେ ଖଣି ଖନନ କାର୍ଯ୍ୟର ତ୍ବରାନ୍ବିତ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଅଞ୍ଚଳବାସୀ । ସେହିପରି ସେମିଳିଗୁଡା ବ୍ଲକରେ ହିଣ୍ଡାଲକୋ ପାଇଥିବା ମାଳି ପର୍ବତ ଖଣିର ଖନନ କାର୍ଯ୍ୟ ଯଥାଶିଘ୍ର ଆରମ୍ଭ କରିବାକୁ ବ୍ଲକର ଦଳେଇ ଗୁଡା,ପାଖଝୋଲା,ସୋରିଷ ପଦର ଓ ଖୁଡି ପଞ୍ଚାୟତ ଅନ୍ତର୍ଗତ ୧୮ଟି ଗ୍ରାମର ଲୋକେ ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାରେ ଖଣି ଖନନ କାର୍ଯ୍ୟର ତ୍ବରାନ୍ବିତ ପାଇଁ ଜିଲ୍ଲାପାଳଙ୍କୁ ଦାବିରତ୍ର

ତେବେ ସେମାନେ ଅଭିଯୋଗ କରିଛନ୍ତି କି ଉକ୍ତ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଜିଲ୍ଲାର ବେକାର ଯୁବକ ଯୁବତୀମାନେ ରୋଜଗାର ପାଇବା ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ଯାହା ଫଳରେ ଅଞ୍ଚଳର ବିକାଶ ହୋଇ ପାରିବ । ଖଣି ଖନନ ଦ୍ବାରା ଅଞ୍ଚଳବାସୀଙ୍କର କୌଣସି କ୍ଷତି ହେଉନଥିବା ବେଳେ ବିରୋଧି ମାନେ କାହିଁକି ଏହାକୁ ବିରୋଧ କରୁଛନ୍ତି ବୋଲି ଖଣି ଖନନକୁ ସମର୍ଥନ କରୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଆସନ୍ତା ୨୨ତାରିଖରେ ହେବାକୁ ଥିବା ଜନ ଶୁଣାଣିରେ ସେମାନେ ପୂର୍ଣ୍ଣ ସମର୍ଥନ ଜଣାଇବେ ବୋଲି କହିଛନ୍ତି । ଯେଉଁ ମାନେ ନିଜ ସ୍ବାର୍ଥ ସାଧନ ଲାଗି ବାହାର ଲୋକଙ୍କୁ ଧରି ଖଣି ଖନନ ବନ୍ଦ କରିବାକୁ ହୀନ ଚକ୍ରାନ୍ତ ଚଲାଉଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ୧୮ଟି ଗ୍ରାମବାସୀ ଦାବି କରିଛନ୍ତି ।

ସୂଚନାନୁଯାୟୀ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଖଣି ଖନନକୁ ଚାଲୁ କରିବା ପାଇଁ ଗ୍ରାମବାସୀ ମାନେ ସ୍ଲୋଗାନ ଦ୍ବାରା ଦାବି କରିଛନ୍ତି । ତେବେ କିଛିଦିନ ପୂର୍ବେ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଲିପର୍ବତରେ ଝରଣା ଓ ଜୈବ ବିବିଧତାର ସମସ୍ୟାକୁ ଉଠାଇବା ସହ ସେଠାରେ ଖଣି ଖନନକୁ ବିରୋଧ କରିଥିଲେ ।

ସେପଟେ ଏବେ ସମସ୍ତଙ୍କ ନଜର ଆସନ୍ତା 22 ତାରିଖକୁ ରହିଥିବା ବେଳେ ଖଣି ଖନନକୁ ନେଇ ହେବାକୁଥିବା ଜନ ଶୁଣାଣି ପୂର୍ବରୁ ଖଣି ସମର୍ଥକଙ୍କ ଏହି ବିଶାଳ ଶକ୍ତି ପ୍ରଦର୍ଶନ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.