‘କଫି ଚାଷ ଉପରେ ପଡୁଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ’

author img

By

Published : Sep 17, 2021, 1:06 PM IST

‘ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି କଫି ଚାଷ ଉପରେ’

କଫି ଉତ୍ପାଦାନରେ ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି କୋରାପୁଟ । ସ୍ଥିତି ପରଖିଲେ କଫି ବୋର୍ଡର ଅଧ୍ୟକ୍ଷ । ଅଧିକ ପଢନ୍ତୁ...

କୋରାପୁଟ : କଫି ଉତ୍ପାଦାନରେ ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । ଭାରତରେ ଉତ୍ପାଦିତ ହେଉଥିବା କଫିର ପରିମାଣରୁ ଶତକଡା 80 ଭାଗ ରପ୍ତାନି ହେଉଛି । ଥଣ୍ତା ଜଳବାୟୁ ଯୋଗୁଁ ଏହା କଫି ଉତ୍ପାଦନ ପାଇଁ ବେଶ ଉପଯୋଗୀ ସ୍ଥାନ । ବ୍ରାଜିଲ ଭଳି ଦେଶ ଗୁଡିକ ଅପେକ୍ଷା କୋରାପୁଟ କଫି ଚାଷରେ ଦୀର୍ଘସ୍ଥାୟୀ ହେବ ବୋଲି ସେ ସୂଚନା ଦେଇଛନ୍ତି ।

‘ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି କଫି ଚାଷ ଉପରେ’

କୋରାପୁଟରେ ଜଳବାଯୁ , ମୃତ୍ତିକା ତଥା ଭୂଭାଗ କଫି ଚାଷ ନିମନ୍ତେ ଅତ୍ୟନ୍ତ ଅନୁକୂଳ ଥିବା ବେଳେ ରାଜ୍ୟ ସରକାର ଏହି ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦେବା ଆବଶ୍ୟକ । ଏହାସହ କଫି ଚାଷୀଙ୍କୁ ଜମି , ଜଳସେଚନ ଓ ବଜାର ସୃଷ୍ଟି କରିବାରେ ସହଯୋଗ କରି ପାରିଲେ ସମଗ୍ର ରାଜ୍ୟ ପାଇଁ କୋରାପୁଟ ଏକ ଅଗ୍ରଣୀ କଫି କ୍ଷେତ୍ର ଭାବେ ପ୍ରତିଷ୍ଠା ହୋଇପାରିବ ।

ଏ ଅଞ୍ଚଳରୁ ଉତ୍ପାଦିତ ହେଉଥିବା କଫି ବିଶ୍ବ ଦରବାରରେ ଆଦୃତ ହେବା ସୁନିଶ୍ଚିତ ବୋଲି କର୍ଣାଟକ କଫି ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ମତ ଦେଇଛନ୍ତି । ପ୍ରଥମ ଥର ପାଇଁ ଜଣେ କଫି ଚାଷୀ କଫି ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି । ତେଣୁ ଏମ ଏସ ବୋଜେ ଗୌଡାଙ୍କ ଠାରୁ କୋରାପୁଟର କଫି ଚାଷୀ ଅନେକ ଆଶା ରଖିଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.