କୋରାପୁଟ ବାଇପାସ୍ ରାସ୍ତା ପାଇଁ ଆଶା ଉଜ୍ବଳ

author img

By

Published : May 19, 2022, 7:37 AM IST

କୋରାପୁଟ ବାଇପାସ୍ ରାସ୍ତା ପାଇଁ ଆଶା ଉଜ୍ବଳ ହେଲା

କୋରାପୁଟ ବାଇପାସ୍ ରାସ୍ତା ପାଇଁ ଆଶା ଉଜ୍ବଳ । ଚକାଚକ ଦେଖାଯିବ ସହରର ରାସ୍ତାଘାଟ । ପୂର୍ବରୁ ବାଧାପ୍ରାପ୍ତ ହୋଇଥିବା ପ୍ରକଳ୍ପ ଗୁଡିକୁ ପୁଣିଥରେ ନୂଆ ରୂପ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କୋରାପୁଟ: ଖୁବ ଶୀଘ୍ର ନିର୍ମାଣ କୋରାପୁଟରେ ନିର୍ମାଣ ହୋଇପାରେ ବାଇପାସ ରାସ୍ତା । ପଡି ରହିଥିବା ଅଧପାନ୍ତରିଆ କାମକୁ ପୁଣି ଥରେ ନୂଆ ରୂପ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି । କେନ୍ଦ୍ର ଜାତୀୟ ରାଜପଥ ସଡ଼କ ମନ୍ତ୍ରଣାଳୟରୁ କୋରାପୁଟ ବାଇପାସ୍ ନିମନ୍ତେ ପୁଣିଥରେ ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଆସିଥିବା ଜାତୀୟ ରାଜପଥ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୌମର୍ଦିନି ସେଠୀ ସୂଚନା ଦେଇଛନ୍ତି ।

କୋରାପୁଟ ବାଇପାସ୍ ରାସ୍ତା ପାଇଁ ଆଶା ଉଜ୍ବଳ ହେଲା

ସୂଚନା ଥାଉକି, କୋରାପୁଟ ସହର ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥରେ ଗାଡିମଟର ଚଳାଚଳରେ ସୁବିଧା ଆଣିବା ପାଇଁ ପ୍ରସ୍ତାବିତ ବାଇପାସ ରାସ୍ତା ରେଳବାଇ କର୍ତ୍ତୃପକ୍ଷଙ୍କ ଅସହଯୋଗ ଯୋଗୁଁ ଅଧାରେ ଅଟକିଥିଲା କାମ । ଗତ କିଛିଦିନ ପୂର୍ବେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କ ହସ୍ତକ୍ଷେପ ଫଳରେ ରେଳବାଇ କର୍ତ୍ତୃପକ୍ଷ ଆବଶ୍ୟକ ପରିମାଣର ସ୍ଥାନ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଚାଡ଼ିବା ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ । ଏହାପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିବା ପ୍ରକଳ୍ପର ଯୋଜନାକୁ ପୁଣିଥରେ ରୂପ ଦେବାରେ ଆରମ୍ଭ କରିଛନ୍ତି ।

ବିଭାଗ ତରଫରୁ ରେଳବାଇ ଖେଳ ପଡ଼ିଆ ବାଟଦେଇ ୪.୫ କିଲୋମିଟର ପ୍ରସ୍ତାବିତ ବାଇପାସ୍ ରାସ୍ତା ନିମନ୍ତେ ୭୦ କୋଟି ଟଙ୍କାର ଏକ ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଥିବା ସେ ସୂଚନା ପ୍ରଦାନ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ ବିଭାଗ ଅଧିକାରୀ ଓ ରେଳବାଇର କିଛି ବରିଷ୍ଠ ଅଧିକାରୀ କଲେଜ୍ ଛକ, ରେଳବାଇ ପଡିଆ, ଷ୍ଟାଡିୟମ୍ ପାଖଦେଇ ଜୟପୁର ରୋଡକୁ ସଂଯୋଗ କରୁଥିବା ପ୍ରସ୍ତାବିତ ବାଇପାସ୍ ରାସ୍ତାର ସମସ୍ତ ଦିଗକୁ ପରଖିଥିବା କୋରାପୁଟ ଏଡିଏମ୍ ରାମେଶ୍ବର ପ୍ରଧାନ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.