ମନ ମୋହିଲା ଜଗନ୍ନାଥଙ୍କ ମାଣ୍ଡିଆ ଚାହା, ଜାତୀୟସ୍ତରରେ ହେଲେ ପୁରସ୍କୃତ

author img

By

Published : Sep 21, 2022, 11:56 AM IST

jagannath patra awarded at the national level

ଜାତୀୟସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ଚମକିଲେ ଜୟପୁରର ଯୁବ ଉଦ୍ୟୋଗୀ ଜଗନ୍ନାଥ ପାତ୍ର । ମାଣ୍ଡିଆ ଚାହା ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସେଫଙ୍କ ମନ ଜିତିଛନ୍ତି ଜଗନ୍ନାଥ । ଅଧିକ ପଢନ୍ତୁ

କୋରାପୁଟ: ମନ ମୋହିଲା ମାଣ୍ଡିଆ ଚାହା । ପଞ୍ଚତାରକା ହୋଟେଲ ସେଫଙ୍କ ମନ ଜିଣିଲେ ଜଗନ୍ନାଥ । ଜାତୀୟସ୍ତରରେ ଚମକିଲେ କୋରାପୁଟ ଜିଲ୍ଲା ଜୟପୁରର ଯୁବ ମିଲେଟ୍ ଉଦ୍ୟୋଗୀ ଜଗନ୍ନାଥ ପାତ୍ର । ହାଇଦ୍ରାବାଦରେ ଆୟୋଜିତ ଜାତୀୟସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ଜୟପୁରର ଯୁବ ଉଦ୍ୟୋଗୀ ଦ୍ବିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଜଗନ୍ନାଥ ପାତ୍ର । ଜଗନ୍ନାଥଙ୍କ ହାତ ତିଆରି ମାଣ୍ଡିଆ ଖାଦ୍ୟ ଓ ଚାହା ପାଇଁ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି ।

ପାରମ୍ପରିକ ଖାଦ୍ୟ ଭାବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆର ବେଶ୍ ଗୁରୁତ୍ବ ରହିଛି । ଏବେ ମାଣ୍ଡିଆକୁ ମିଳିଛି ସ୍ବତନ୍ତ୍ର ପରିଚୟ । ସହରାଞ୍ଚଳରେ ମଧ୍ୟ ଏଥିରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢୁଛି । ବେସନ, ଅଟା ଓ ମଇଦା ଭଳି ମାଣ୍ଡିଆରୁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଜୟପୁରର ଯୁବ ବ୍ୟବସାୟୀ ଜଗନ୍ନାଥ ପାତ୍ର । ଏହାକୁ ବିକ୍ରି କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟିକ ଗୋଷ୍ଠୀଙ୍କୁ ମଧ୍ୟ ତାଲିମ ଦେଉଛନ୍ତି । ଗତ କିଛି ଦିନ ପୂର୍ବେ ହାଇଦ୍ରାବାଦ ଠାରେ ଆଇଆଇଏମ୍ଆର ଏବଂ ନ୍ୟୁଟ୍ରି ହବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିରେ ମାଣ୍ଡିଆ ଚାହା ଓ ମିକ୍ସଚର ପ୍ରସ୍ତୁତ କରି ବିଚାରକଙ୍କ ମନ ମନ ଜିତି ପାରିଛନ୍ତି ଜଗନ୍ନାଥ । ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ହାସଲ କରି ସଫଳତା ହାସଲ କରିଛନ୍ତି । ଏନେଇ ତାଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଉପସ୍ଥିତିରେ ସମ୍ମାନିତ କରାଯାଇଛି ।

ମନ ମୋହିଲା ଜଗନ୍ନାଥଙ୍କ ମାଣ୍ଡିଆ ଚାହା, ଜାତୀୟସ୍ତରରେ ହେଲେ ପୁରସ୍କୃତ

ଗାଁ ଗହଳିରେ ମହିଳାମାନେ ମାଣ୍ଡିଆକୁ ବ୍ୟବହାର କରି ଲାଭବାନ ହୋଇପାରିବେ ସେ ସଂକ୍ରାନ୍ତରେ ତାଙ୍କଠାରୁ ତାଲିମ ନେଇଥିଲେ । ଜଗନ୍ନାଥଙ୍କ ଏହି ଉପଲବ୍ଧି କୋରାପୁଟ ଜିଲ୍ଲାରେ ବୃଦ୍ଧି ପାଉଥିବା ମିଲେଟ୍ ଚାଷ ଓ ଏହାର ଉପଯୋଗୀତା ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବୋଲି ଜାତୀୟ ମିଲେଟ ମିଶନର ବିଶେଷଜ୍ଞ ତାପସ କୁମାର ରାୟ କହିଛନ୍ତି ।

ଏହା ବି ପଢନ୍ତୁ...ମାଣ୍ଡିଆରୁ ଚଟପଟା ଖାଦ୍ୟ, ରାତି ପାହିଲେ ଜଗନ୍ନାଥଙ୍କ ଦୋକାନରେ ଲାଗୁଛି ଭିଡ

ମାଣ୍ଡିଆ ଓଡ଼ିଶାରେ ଉତ୍ପାଦନ ହେଉଥିବା ଖାଦ୍ୟ ଶସ୍ୟ ମଧ୍ୟରେ ଅନ୍ୟତମ । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପାରମ୍ପରିକ ଖାଦ୍ୟ ଭାବରେ ପରିଚିତ । ସମୟକ୍ରମେ ମାଣ୍ଡିଆକୁ ନେଇ ପରୀକ୍ଷା ନିରୀକ୍ଷା ହେବାପରେ ଏବେ ଏକାଧିକ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରିବା ନେଇ ଜାଣିବାକୁ ପାଇଥିଲେ ଜଗନ୍ନାଥ । ଏହାପରେ ଆରମ୍ଭ କରିଥିଲେ ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ । ଜୟପୁରର ପାରାବେଡା ଚକରେ ଥିବା ଜଗନ୍ନାଥଙ୍କ ଦୋକାନରେ ମାଣ୍ଡିଆ ଚାହା ପିଇବାକୁ ସକାଳ ହେଲେ ଲମ୍ବା ଲାଇନ ଲାଗେ । ଖାଲି ଚାହା ନୁହେଁ ସୁପ୍ ସହ ବିସ୍କୁଟ, କେକ୍, ଆଙ୍ଗୁଠି ଖଜା, ଗଜା ଲଡୁ ଚକଲେଟ୍, ମିକ୍ସର, ମୁରୁକି, କୁକିସ୍, ନିମିକି ଭଳି ଚଟ ପଟି ଶୁଖିଲା ଖାଦ୍ୟ ସହ ମାଣ୍ଡିଆରେ ପ୍ରସ୍ତୁତ ଇଡିଲି ଓ ଦୋସା ପାଉଡର ମଧ୍ୟ ଜଗନ୍ନାଥଙ୍କ ଦୋକାନରେ ମିଳେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.