ଚାଷୀଙ୍କୁ ନୂତନ ଆଶା ଦେଖାଇବ ବିହନ ମେଳା

author img

By

Published : May 25, 2022, 10:47 AM IST

Updated : May 25, 2022, 12:11 PM IST

bihan mela organized for farmers in koraput

ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ହୋଇଯାଇଛି ବିହନ ମେଳା । ପାରମ୍ପରିକ ବିହନ ସଂରକ୍ଷଣ ନେଇ କୋରାପୁଟରେ ଏକତା ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହୋଇଛି । ଅଧିକ ପଢ଼ନ୍ତୁ

କୋରାପୁଟ: ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ହୋଇଯାଇଛି ବିହନ ମେଳା । ପାରମ୍ପରିକ ବିହନ ସଂରକ୍ଷଣ ନେଇ କୋରାପୁଟରେ ଏକତା ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଏହି ମେଳା ଆୟୋଜିତ ହୋଇଛି । କୋରାପୁଟ ଜିଲ୍ଲାର ବହୁ ଚାଷୀ ମେଳାରେ ଯୋଗ ଦେଇଥିଲେ । ବିହନ ସଂରକ୍ଷଣ ସମ୍ପର୍କରେ ପରସ୍ପରଙ୍କ ଅଭିଜ୍ଞତା ପଚାରି ବୁଝିବା ସହ ଜୈବିକ ପ୍ରଣାଳୀ ଚାଷର ପ୍ରଦର୍ଶନ କରିଥିଲେ ।

ଚାଷୀଙ୍କୁ ନୂତନ ଆଶା ଦେଖାଇବ ବିହନ ମେଳା

ରାସାୟନିକ ପଦ୍ଧତି ସହିତ ବିଦେଶୀ ଧାନ ବ୍ୟବହାର କରିବା ଦ୍ବାରା ମାଟିର ଉର୍ବରତା କ୍ଷୟ ଓ କେମିକାଲ ଯୁକ୍ତ ଶସ୍ୟ ଉତ୍ପାଦନ ନେଇ ଚାଷୀମାନେ ଅଭିଯୋଗ ଜଣାଥିଲେ । ତେବେ ଚାଷୀ, ଗବେଷକ ଓ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଏହି ଆଶଙ୍କାର ଭାବ ସିମିତ ନରହି ସରକାରୀ ଯୋଜନାରେ ସ୍ଥାନ ପାଇଲେ ଚାଷୀକୂଳ ଉପକୃତ ହୋଇପାରନ୍ତେ ବୋଲି ଏକତା ସଂଗଠନର ସମ୍ପାଦକ ଜଗନ୍ନାଥ ମିଶ୍ର ମତ ରଖିଛନ୍ତି ।

ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ନିଜ ବକ୍ତବ୍ୟରେ ଜୈବିକ ଚାଷର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ ଏବଂ ଜୈବ ବିବିଧତାର ସଂରକ୍ଷଣ କ୍ଷେତ୍ରରେ ସରକାରଙ୍କ ଅଧିକ ହସ୍ତକ୍ଷେପ ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

Last Updated :May 25, 2022, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.