କୋଟିଆ ସୀମାନ୍ତରେ ମହାବଳ ବାଘ ଆତଙ୍କ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

author img

By

Published : Sep 18, 2022, 7:38 AM IST

କୋଟିଆ ସୀମାନ୍ତରେ ମହାବଳ ବାଘ ଆତଙ୍କ, ଲୋକେ ଭୟଭୀତ

କୋଟିଆ ପଞ୍ଚାୟତରେ ମହାବଳ ବାଘ ଆତଙ୍କ । ଦୁଇଟି ଗାଈର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଛୁରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲାର କୋଟିଆରେ ମହାବଳ ବାଘ (Bengal Tiger)ଆତଙ୍କ । ବାଘ ଭୟରେ ଆତଙ୍କିତ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମର ଗ୍ରାମବାସୀ । ପଞ୍ଚାୟତର ଫାଟୁସିନେରୀ, ହରମାଣ୍ଡିଙ୍ଗି ଓ ଫଗୁଣସିନେରି ନିକଟ ଆନ୍ଧ୍ର ପ୍ରଦେଶର ସୀମା ମଧ୍ୟରେ ଗତ କିଛିଦିନ ଧରି ଏକ ମହାବଳ ବାଘ ଆତଙ୍କ ଖେଳାଇଛି । ଫଳରେ ବାଘ ଆକ୍ରମଣରେ ସୀମାବର୍ତ୍ତି ଗ୍ରାମ ଗୁଡିକରେ ଦୁଇଟି ଗାଈର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଛୁରୀ ଆହତ ହୋଇଥିବା ଆନ୍ଧ୍ର ସରକାରଙ୍କ ବନ ବିଭାଗର ଅଧିକାରୀ ଜାଣିବାକୁ ପାଇଛନ୍ତି ।

କୋଟିଆ ସୀମାନ୍ତରେ ମହାବଳ ବାଘ ଆତଙ୍କ, ଲୋକେ ଭୟଭୀତ

ତେବେ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ପ୍ରଦେଶର ପାହାଡ଼ରେ ମହାବଳ ବାଘ ଆତଙ୍କ ଖେଳାଇଥିବା ବେଳେ ଆନ୍ଧ୍ରପ୍ରଦେଶର ନନ୍ଦା ହାଟ ଅଞ୍ଚଳ ସୀମାରେ ଥିବା କୋଟିଆ ପଞ୍ଚାୟତର ଗ୍ରାମ ଗୁଡିକରେ ଓଡ଼ିଶା ବନ ବିଭାଗ ଏ ସଂକ୍ରାନ୍ତରେ ସକ୍ରିୟ ହୋଇନଥିବା ଯୋଗୁଁ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତୁରନ୍ତ ଓଡ଼ିଶା ବନ ବିଭାଗ ମଧ୍ୟ ବାଘର ସମ୍ଭାବ୍ୟ ପ୍ରବେଶ ଉପରେ ନଜର ରଖି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇଛି ।

କିଛି ଦିନ ପୂର୍ବେ ନୂଆପଡା ଜିଲ୍ଲାରେ ମହାବଳ ବାଘ ବୁଲୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ସିନାପାଲି ବନବିଭାଗ ଅଧିନସ୍ଥ ଘଟମାଲ ପଣ୍ଡରୀପାଣି ଜଙ୍ଗଲରେ ୪ଟି ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା । ୪ ବାଘ ମଧ୍ୟରୁ ୨ଟି ଛୁଆ ବାଘ ରହିଥିଲେ । ସେହିପରି ଜୁଲାଇ ମାସରେ କେନ୍ଦୁଝର ପାଟଣା ବନାଞ୍ଚଳ ଡୁମୁରିଆରେ ମହାବଳ ବାଘ ବୁଲୁଥିବା ଭିଡିଓ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ଭୟଭୀତ ହୋଇ ପଡିଥିଲେ ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ-ନୂଆପଡାରେ ମହାବଳ ବାଘ ଆତଙ୍କ

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ଅଞ୍ଚଳର କୌଣସି ଏକ ଶାଗୁଆନ ଜଙ୍ଗଲରେ ଏକ ମହାବଳ ବାଘ ଗର୍ଜନ କରି ବୁଲୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଜୁନ ମାସରେ କନ୍ଧମାଳ ଫିରିଙ୍ଗିଆ ରେଞ୍ଜର ଭେଣ୍ଡରା ପାଲି ନୂଆପଡ଼ା ରାସ୍ତା ଡାଣ୍ଡାସରୁ ପାହାଡ଼ ଘାଟି ରାସ୍ତାରେ ବାଘ ବୁଲୁଥିବା ଆଲୋଚନା ହେଉଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ତଦନ୍ତ ପରେ ପାଦ ଚିହ୍ନ ବାଘର କି ନୁହେଁ ତଦନ୍ତ କରିଥିଲା । ତେବେ ଏହି ଚିହ୍ନ ଏହା ଅନ୍ୟ କୌଣସି ଛୋଟ ବନ୍ୟ ଜନ୍ତୁ ହୋଇଥାଇପାରେ ବୋଲି କହିଥିଲେ ବନ ରଖି ଡ଼ି.ଲଛନିଆ ରେଡ୍ଡୀ l ତଥାପି ସେହି ସ୍ଥାନକୁ ଯାଇ କେଉଁ ଜନ୍ତୁ ବୁଲୁଛି ତାର ଅନୁଧ୍ୟାନ କରାଯିବ ବୋଲି କହିବା ସହ ଜନସାଧାରଣ ଭୟଭୀତ ନହେବାକୁ କହିଥିଲେ l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.