କୋରାପୁଟରେ ବିଧାନସଭା ଗୃହ କମିଟି, ବିଭିନ୍ନ ଯୋଜନା କାର୍ଯ୍ୟକାରିତାର ଆଲୋଚନା

author img

By

Published : Sep 14, 2022, 10:04 AM IST

assembly standing committee visit to koraput

କୋରାପୁଟ ଗସ୍ତରେ ରାଜ୍ୟ ବିଧାନସଭା ଗୃହ କମିଟି । ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଆଲୋଚନା । ଅଧିକ ପଢ଼ନ୍ତୁ

କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ରାଜ୍ୟ ବିଧାନସଭା ଗୃହ କମିଟି । ବିଧାନସଭାର ବରିଷ୍ଠ ସଦସ୍ୟ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ବରେ ଏହି କମିଟି ଆସିଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ ସମନ୍ୱୟ ରକ୍ଷା ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରଶାସନର ସହଯୋଗିତା ଓ ସହଭାଗିତାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

କୋରାପୁଟରେ ବିଧାନସଭା ଗୃହ କମିଟି

ବୁକ ସର୍କୁଲାର ୪୭ ଅନୁସାରେ ସମନ୍ୱୟ କିପରି ରହୁଛି ସେ ସମ୍ପର୍କରେ ଅନୁଧ୍ୟାନ କରି କୋରାପୁଟ ଜିଲ୍ଲାରେ ଉତ୍ତମ ସମ୍ପର୍କ ରହୁଥିବା ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ଯାହା ବିକାଶ କ୍ଷେତ୍ରରେ ସହାୟକ ହେବ । ପ୍ରାକୃତିକ ସମ୍ପଦ ଭରା କୋରାପୁଟ ଜିଲ୍ଲାକୁ ଆଗକୁ ନେବା ଲକ୍ଷ୍ୟରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଆଲୋଚନା ହୋଇଥିଲା।" ରାୟଗଡ଼ା ପରେ କୋରାପୁଟ ଆସିଥିଲା ରାଜ୍ୟ ବିଧାନସଭା ଗୃହ କମିଟି । ଏହାପରେ ମାଲକାନିଗିରି ଏବଂ ନବରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି।

ଏହା ମଧ୍ୟ ପଢ଼ନ୍ତୁ: ହଜିଯାଉଛି ଗଦବା ଜନଜାତିର କେରେଙ୍ଗ ବସ୍ତ୍ର ଓ ତନ୍ତ, ସରକାରୀ ସହାୟତା ଦାବି

ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ରାଜେନ୍ଦ୍ର ମାଝୀ,କୋରାପୁଟ ଉପ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ଭଣ୍ଡାରୀ ପୋଖରୀ ବିଧାୟକ,ମୋହନା ବିଧାୟକ ଦାଶରଥି ଗମାଙ୍ଗ,ଫୁଲବାଣୀ ବିଧାୟକ ଏବଂ ପଟ୍ଟାଙ୍ଗୀ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.