ଅମାନିଆ ଆନ୍ଧ୍ର, କୋଟିଆରେ ପାଳିଲା ପୌଷ୍ଟିକ ଆହାର ମାହୋତ୍ସବ

author img

By

Published : Sep 23, 2021, 10:22 PM IST

କୋଟିଆରେ ଆନ୍ଧ୍ର ପାଳିଲା ପୌଷ୍ଟିକ ଆହାର ମାସୋତ୍ସଵ

ସମାଧାନ ଆଡକୁୁ ବଢୁନି ଓଡିଶା-ଆନ୍ଧ୍ର ସୀମା ବିବାଦ । କୋଟିଆରେ ପଶି ପୌଷ୍ଟିକ ଆହାର ମାହୋତ୍ସବ କଲା ଆନ୍ଧ୍ର ପ୍ରଶାସନ । ଅଧିକ ପଢନ୍ତୁ...

କୋରାପୁଟ: ଓଡିଶା ଓ ଆନ୍ଧ୍ର ମଧ୍ୟରେ ଲାଗିରହିଥିବା ସୀମା ବିବାଦ ସମାଧାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ବୁଧବାର) ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବାବେଳେ ଆଜି (ଗୁରୁବାର) କ୍ରମାଗତ ଭାବେ ଦ୍ଵିତୀୟ ଦିନରେ ଆନ୍ଧ୍ର ଅଧିକାରୀ କୋଟିଆ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ କରି ଓଡିଶାକୁ ଅଟ୍ଟହାସ୍ୟ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି ।

ଗତକାଲି (ବୁଧବାର) ଦିନ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ର ସରକାରଙ୍କ ସ୍ଥାନୀୟ ପ୍ରଶାସନ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ସଂଘର କର୍ମକର୍ତ୍ତା ନିର୍ବାଚନ କରିଥିବାବେଳେ ଆଜି କୋଟିଆ ପଞ୍ଚାୟତର ଉପର ସେମ୍ବି, ତଳସେମ୍ବି ,ତଳ ଗଞ୍ଜେଇପଦର ଓ କୋଟିଆରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ପୌଷ୍ଟିକ ଆହାର ମାହୋତ୍ସଵ ପାଳନ କରିଛନ୍ତି ।

ଆଜି ସାଲୁର ମଣ୍ଡଳମର ମାରିପାଲ୍ଲୀ ସେକ୍ଟର ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ଶିଶୁର ଆହାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ଏଥିସହିତ ଏହି ସେକ୍ଟରର ଅଙ୍ଗନବାଡି ସେକ୍ଟର ସୁପରଭାଇଜର ଏ.ରମାଦେବୀଙ୍କ ନେତୃତ୍ବରେ ପଞ୍ଚାୟତର ସମସ୍ତ ଆନ୍ଧ୍ର ଅଙ୍ଗନବାଡି କର୍ମୀଙ୍କ ଯୋଗଦାନରେ କୋଟିଆରେ ଓଡିଶା ନିର୍ମାଣ କରିଥିବା ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶୋଭାଯାତ୍ରା ମଧ୍ୟ ବାହାର କରାଯାଇଥିବା ସୂଚନା ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.