ଆଜି ଆସିବ କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ

author img

By

Published : Sep 19, 2021, 11:52 AM IST

କୋଟିଆରେ ଆନ୍ଧ୍ର ନିର୍ବାଚନ ; ଆଜି ଆସିବ ରେଜଲ୍ଚ

ଆଜି କୋଟିଆରେ ଆନ୍ଧ୍ର ନିର୍ବାଚନର ଚାଲିଛି ଭୋଟ ଗଣତି । ସଂନ୍ଧ୍ୟା ସୁଧା ଆସିବ ଫଳାଫଳ । ଅଧିକ ପଢନ୍ତୁ...

କୋରାପୁଟ: କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ । କେଉଁ ପ୍ରାର୍ଥୀଙ୍କ ଜିତାପଟ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର । ଏନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ପ୍ରଦେଶ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନର ଫଳ ପ୍ରକାଶ କରିବା ପାଇଁ ସାଲୁର ଠାରେ ସରକାରୀ ଡିଗ୍ରୀ କଲେଜରେ ଆଜି ଭୋଟ ଗଣତି ଆରମ୍ଭ ହୋଇଯାଇଛି ।

କୋଟିଆର ନେରେଡିବାଲସାରେ ଏପ୍ରିଲ 8 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଚଳିତବର୍ଷ ମେ ମାସ 20 ତାରିଖରେ କୋଟିଆ ସହ ଆନ୍ଧ୍ରରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ରର ଏକ ସିଙ୍ଗଲ ବେଞ୍ଚ କୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ଗତ 16 ତାରିଖରେ ଆନ୍ଧ୍ର ହାଇକୋର୍ଟ ଏହାର ପୁନର୍ବିଚାର କରି ଅଟକି ରହିଥିବା ଗଣତି କାର୍ଯ୍ୟ କରିବା ସହ ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦ‌େଶ ଦେଇଛନ୍ତି । ମଣ୍ଡଳ ପରିଷଦ ଟେରିଟୋରିଆଲ କଷ୍ଟିଚ୍ୟୁଏନସି ( ଏମପିଟିସି ) ପାଇଁ ଗଞ୍ଜେଇପଦରରୁ ସିପିଏମ ଓ ଓ୍ବାଇଏସଆର କଂଗ୍ରେସ ତରଫରୁ ଦୁଇଜଣ ପ୍ର୍ରାର୍ଥୀ ନିର୍ବାଚନରେ ଲଢିଥିଲେ । ଓଡିଶା ମାଟିରେ ଆନ୍ଧ୍ର ନିର୍ବାଚନର ଫଳାଫଳକୁ ନେଇ ସାଧାରଣରେ ଉତ୍କଣ୍ଠା ବୃଦ୍ଧି ପାଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.