କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ କୋରାପୁଟ ଛାତ୍ରଛାତ୍ରୀଙ୍କୁ 5 ମାର୍କ ଅଧିକ

author img

By

Published : Sep 16, 2021, 6:44 AM IST

କୋରାପୁଟ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ 5 ମାର୍କ ଅଧିକ ଦିଆଯିବ

କୋରାପୁଟର ସୁନାବେଡ଼ାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବିଭିନ୍ନ କୋର୍ସରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀ କଲେଜ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଚୟନ କରାଯିବ । ଅଧିକ ପଢନ୍ତୁ...

କୋରାପୁଟ: ଜିଲ୍ଲାର ସୁନାବେଡ଼ାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବିଭିନ୍ନ କୋର୍ସରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀ କଲେଜ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟାରେ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଅଧିକା ୫ ମାର୍କ ଯୋଡି ଦିଆଯାଇ ସେମାନଙ୍କ ମୂଲ୍ୟାଙ୍କନ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଏସ.କେ ପାଲିତା ଜଣାଇଛନ୍ତି । ଆଜି(ବୁଧବାର) ବିଶ୍ବବିଦ୍ୟାଳୟ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟରେ ସୂଚନା ଦେଇଛନ୍ତି ।

କୋରାପୁଟ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ 5 ମାର୍କ ଅଧିକ ଦିଆଯିବ

ଦୀର୍ଘ ୧୨ ବର୍ଷ ଧରି ଏହି ବିଶ୍ବବିଦ୍ୟାଳୟଟି ଅନେକ ସଂଘର୍ଷ ମଧ୍ଯ ଦେଇ ଗତି କରି ଆଗକୁ ବଢିଛି । ଆଜିବି ବିଶ୍ୱବିଦ୍ୟାଳୟରେ ପାଲିତାଙ୍କୁ ଛାଡିଦେଲେ ଆଉ ଜଣେ ବି ବିଶ୍ୱବିଦ୍ୟାଳୟର ନିଜସ୍ୱ ପ୍ରଫେସର ନାହାନ୍ତି । ଆଶ୍ଚର୍ଯ୍ୟ ଜନକ ଭାବେ ବିଶ୍ୱବିଦ୍ୟାଳୟରେ 154 ଜଣ ଶିକ୍ଷକ ରହିବା ସ୍ଥାନରେ କେବଳ 17 ଜଣ ନିଯୁକ୍ତି ପାଇଛନ୍ତି । ସେହିପରି ଅଣ ଶିକ୍ଷକ ପଦବୀ କ୍ଷେତ୍ରରେ 119 ଜଣ ରହିବା ସ୍ଥାନରେ କେବଳ 24 ଜଣ ରହିଛନ୍ତି ।

ଗତ 12 ବର୍ଷରେ ଅନେକ ଥର ଏହି ପଦବୀ ଗୁଡିକୁ ପୂରଣ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ହେଁ କୌଣସି ନା କୌଣସି କାରଣରୁ ତାକୁ ବାତିଲ କରିଦିଆଯାଇଛି । ତେବେ ବିଶ୍ବବିଦ୍ୟାଳୟକୁ ଆସୁଥିବା ଭିଜିଟିଙ୍ଗ ପ୍ରଫେସରଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରାଯାଉଥିବା ପ୍ରଫେସର ପାଲିତା ଜଣାଇଛନ୍ତି । ସମସ୍ତ ପ୍ରତିବନ୍ଧକ ଓ ଅସୁବିଧା ସତ୍ୱେ ଏହି ବିଶ୍ବବିଦ୍ୟାଳୟଟି ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସେ ସ୍ପଷ୍ଟ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ଏହି ସଫଳତା ଦେଶର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି । ଚଳିତ ବର୍ଷ ଗତ କିଛିଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ନାମ ଲେଖିବା ପାଇଁ ଆବେଦନ ପତ୍ର ସଂଖ୍ୟା ବୃଦ୍ଧି ପାଇଛି ଓ ଚଳିତ ମାସ 30 ତାରିଖରେ ନାମଲେଖାର ସମୟସୀମା ସମାପ୍ତ ହେବା ବେଳକୁ ଆହୁରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନ ପତ୍ର ଦାଖଲ କରିଥିବା ନେଇ ପ୍ରଫେସର ପାଲିତା ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.