ଟନେଲରେ ଧସିଲା ମାଟି, ଚାଲିଗଲା 2 ଶ୍ରମିକଙ୍କ ଜୀବନ

author img

By

Published : Sep 15, 2022, 8:17 AM IST

ମାଟି ଧସି ଦୁଇ ଶ୍ରମିକ ମୃତ

ରେଳ ଲାଇନର ଦୋହରିକରଣ ଚାଲୁଥିବା ବେଳେ କୁସୁମଗୁଡା ୨-ନମ୍ବର ଟନେଲରେ ଅଘଟଣ ଘଟିଯାଇଛି । ଟନେଲ ଭିତରେ କାମ କରୁଥିବା ବେଳେ ମାଟି ଧସି ଦୁଇ ଶ୍ରମିକ ମୃତ । ଅଧିକ ପଢ଼ନ୍ତୁ

କୋରାପୁଟ: କୋରାପୁଟ-ରାୟଗଡା ରେଳ ଲାଇନର ଦୋହରିକରଣ ଚାଲୁଥିବା ବେଳେ ଅଘଟଣ । କୁସୁମଗୁଡା ୨-ନମ୍ବର ଟନେଲ ଭିତରେ କାମ କରୁଥିବା ସମୟରେ ମାଟି ଧସି ଦୁଇଜଣଙ୍କର ମୃତ୍ୟୁ ଘଟିଛି (Under construction railway tunnel caved) । ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର ରବି ପ୍ରେପେକା ଓ ଆସାମ୍ ରାଜ୍ୟର ବରପେଟା ଜିଲ୍ଲା ମାଜଗାଁ ଗ୍ରାମର ଜୋହରୁଦିନ ।

ମାଟି ଧସି ଦୁଇ ଶ୍ରମିକ ମୃତ

କୁସୁମଗୁଡା ଗ୍ରାମ ପାଖରେ ଦୁଇ ନମ୍ବର ଟନେଲରେ ବୁଧବାର କାମ ଚାଲୁଥିବା ବେଳେ ଦୁଇଜଣ ଶ୍ରମିକ ଉପରେ ମାଟି ଧସି ପଡିଥିଲା । ଫଳରେ ସଙ୍ଗେ ସଙ୍ଗେ ଅନ୍ୟ ସହକର୍ମୀ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତରଖାନାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଅଧିକାରୀ ଦାମୋଦର ବିହାରି କହିଛନ୍ତି । ବର୍ତ୍ତମାନ କେଆର୍ ରେଳ ଲାଇନ୍ ଦୋହରିକରଣ କାର୍ଯ୍ୟ ଚାଲୁଥିବା ବେଳେ ଏଠାକାର ଓ ବାହାର ରାଜ୍ୟର ଶତାଧିକ ଶ୍ରମିକ କାମ କରୁଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.