ମାରିଲା ବିଜୁଳି: ଗୋଟିଏ ପରିବାରର ଜଣେ ମୃତ, 9 ଗୁରୁତର

author img

By

Published : May 18, 2022, 7:23 AM IST

ବଜ୍ରାଘାତରେ ଗୋଟିଏ ପରିବାର ୯ଜଣ ଗୁରୁତର, ଜଣେ ମୃତ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସିଲପଡ଼ା ଗାଁରେ ଦୁଃଖଦ ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର 9 ଗୁରୁତର, ଜଣେ ମୃତ । ଅଧିକ ପଢନ୍ତୁ

କୋରାପୁଟ: ଜିଲ୍ଲା ଲମତାପୁଟ ବ୍ଲକ ସିଲପଡ଼ା ଗାଁରେ ଦୁଃଖଦ ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ୯ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ଗୁରୁତରଙ୍କୁ ଲମତାପୁଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବଜ୍ରାଘାତରେ ଗୋଟିଏ ପରିବାର ୯ଜଣ ଗୁରୁତର, ଜଣେ ମୃତ

ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ଲମତାପୁଟରେ ବର୍ଷା ସହ ଘଡଘଡି ହୋଇଥିଲା । ସିଲପଡା ଗାଁ ରଘୁନାଥ କିର୍ଷାନି ତାଙ୍କ ପରିବାର ସହ ଜମିକୁ ଯାଇଥିଲେ । ବର୍ଷା ହେବା ଯୋଗୁଁ ଘରକୁ ଫେରି ଆସିଥିଲେ । ଘର ବାରଣ୍ଡାରେ ସମସ୍ତେ ଏକାଠି ହୋଇ ବସିଥିଲେ । ଠିକ ସେହି ସମୟରେ ଘର ପାଖରେ ଥିବା ତେନ୍ତୁଳି ଗଛରେ ବଜ୍ରପାତ ହୋଇଥିଲା । ସମସ୍ତେ ଅଚେତ ହୋଇ ପଡ଼ିଥିଲେ । ପରେ ସେମାନଙ୍କୁ ଗାଁଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ଗୁରୁତରଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି । ତେବେ ରଘୁରାମଙ୍କ ବୋହୂ ଏହି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.