ଭୁବନେଶ୍ବର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଥାନାରେ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ । ମୃତ ଯୁବକ ହେଉଛନ୍ତି ପୁରୀ ଜିଲ୍ଲା ଦାଣ୍ଡମକୁନ୍ଦପୁରର ଉତ୍ତମ ନାୟକ । ତାଙ୍କ ପରିବାର ସହ ବାଣୀବିହାର କ୍ୟାମ୍ପସ ଭିତରେ ରହୁଥିବା ବେଳେ ଦିନ ମଜୁରିଆ ଭାବରେ କାମ କରନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜନିତ ମୃତ୍ୟୁ ତାହା ଏବେ ସନ୍ଦେହ ଘେରରେ । ମୃତ ଯୁବକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ବୁଧବାର ରାତିରେ ପୁଅ ଖାଇ ପିଇ ଶୋଇଥିଲା । ସକାଳୁ ମେଡିକାଲ ଯାଇଥିବା ଭାବି ଘର ଲୋକେ ପୁଅକୁ ଖୋଜିନଥିଲେ । ଏହାପରେ କ୍ୟାମ୍ପସରେ ଉତ୍ତମ ନାୟକଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ ସ୍ଥାନୀୟ ଲୋକେ । ତେବେ ପୁଅକୁ କେହି ହତ୍ୟା କରି ଗଛରେ ଟଙ୍ଗାଇ ଦେଇଥିବା ସନ୍ଦେହ କରି ଉତ୍ତମଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ସେପଟେ କ୍ୟାମ୍ପସରେ ରହୁଥିବା ସନିଆ ନାମକ ଯୁବକ କୌଣସି କାରଣକୁ ନେଇ ଉତ୍ତମଙ୍କ ସହ ଝଗଡା କରିଥିଲା । ତାକୁ ମାରିକି ତା ମୁଣ୍ଡଗଣ୍ଡିକୁ ଅଲଗା କରିଦେବା ବୋଲି କହିଥିଲା । ତେଣୁ ପୁଅକୁ ହତ୍ୟା କରାଯାଇଥିବା ଆମେ ସନ୍ଦେହ କରୁଛୁ ବୋଲି କହିଛନ୍ତି ମୃତକଙ୍କ ପରିବାରଲୋକେ । ଏନେଇ ସନିଆ ନାମ ଯୁବକଙ୍କ ନାମରେ ମୃତକଙ୍କ ବାପା ହତ୍ୟା ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନଷ୍ଠାନ ପାଇଁ ଦାବି କରିଛନ୍ତି । ଉତ୍ତମଙ୍କ ଏପରି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି ।ଏହା ମଧ୍ୟ ପଢନ୍ତୁନୃଶଂସ ସ୍ବାମୀ ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଯାଞ୍ଚ କରୁଛି । ଘଟଣାସ୍ଥଳରେ ପାଣି ବୋତଲ ସହ ମୋବାଇଲ ଫୋନ ପଡିଛି । ପାରିପାର୍ଶ୍ଵିକ ସ୍ଥିତିକୁ ଦୃଷ୍ଟିରେ ରଖି କଣ ମୃତ୍ୟୁର କାରଣ ହୋଇପାରେ ତାକୁ ନେଇ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଗତ କିଛିଦିନ ତଳେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ହାତିନୋଟା ଗ୍ରାମରୁ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତକ ଜଣଙ୍କ ପୋଲିସ କର୍ମଚାରୀ ପ୍ରେମାନନ୍ଦ ନାଏକ ବୋଲି ଜଣାପଡିଥିଲା । ସେ କନେଷ୍ଟବଳ ଏଏସ୍ଏପି ବାଟାଲିୟନ ପୋଷ୍ଟରେ ଭଦ୍ରକ ଜିଲ୍ଲାରେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ । ଇଟିଭି ଭାରତ ଭୁବନେଶ୍ବର