ବର୍ଷା ବିତ୍ପାତ; ନାଳ ପାଣିରେ ଭାସି ଯୁବଚାଷୀଙ୍କ ମୃତ୍ୟୁ

author img

By

Published : Sep 13, 2021, 5:20 PM IST

Updated : Sep 13, 2021, 10:10 PM IST

ମୋରମରସିଂହ ଗ୍ରାମରେ ନାଳ ପାଣି ସୁଅରେ ଭାଷି ଯୁବଚାଷୀଙ୍କ ମୃତ୍ୟୁ

ଲଗାଣ ବର୍ଷା ଯୋଗୁଁ ନଈ ନାଳ ଫୁଲି ଉଠିଛି । ଏପରି ସ୍ଥିତିରେ ଖୋର୍ଦ୍ଧାରେ ନାଳ ପାଣି ସୁଅରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ(୨୯) । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଲଗାଣ ବର୍ଷା ଯୋଗୁଁ ନଈ ନାଳ ଫୁଲି ଉଠିଛି । ଅନେକ ସ୍ଥାନରେ ରାସ୍ତା ଉପରେ ଜୁଆର ଭଳି ପାଣି ଲହଡି ମାରୁଥିବା ବେଳେ କେଉଁଠାରେ ଘର ଭିତରେ ଆଣ୍ଠୁଏ ପାଣି ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଖୋର୍ଦ୍ଧାରୁ ଆସିଛି ଏକ ଦୁଃଖଦ ଖବର । ନାଳ ପାଣି ସୁଅରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ(୨୯) । କମ୍ବେଶ୍ୱର ଧାନ ବିଲ ଦେଖିବାକୁ ଯାଉଥିବା ବେଳେ ନାଳ ପାର ହେଉଥିବା ସମୟରେ ପାଣି ସୁଅରେ ଭାସି ମୃତ୍ୟୁ ବରଣ କରିଛନ୍ତି। କମ୍ବେଶ୍ୱର ୬ ମାସ ପୂର୍ବରୁ ବିବାହ କରିଥିଲେ । ତାଙ୍କ ଅକାଳ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କହିଛନ୍ତି ।

ବର୍ଷା ବିତ୍ପାତ; ନାଳ ପାଣିରେ ଭାସି ଯୁବଚାଷୀଙ୍କ ମୃତ୍ୟୁ

ଅନ୍ୟପଟେ ଲଗାଣ ବର୍ଷାରେ ଜିଲ୍ଲାର ୧୮ ପଞ୍ଚାୟତର ୩୨ ଗାଁ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ଜଟଣୀ ଏବଂ ଖୋର୍ଦ୍ଧା ପୌରାଞ୍ଚଳର ୪୧ ୱାର୍ଡରେ ୧୨୫୭ ଲୋକ ପ୍ରଭାବିତ ହୋଇଛନ୍ତି ।

ଲଗାଣ ବର୍ଷାରେ ଜଣଙ୍କର ଜୀବନ ହାନି ହୋଇଥିବା ବେଳେ 7 ହେକ୍ଟର ଫସଲ ପ୍ରଭାବିତ ହୋଇଛି । ଲଗାଣ ବର୍ଷା କାରଣରୁ ୩ ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ବେଳେ ୯୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ସେପଟେ ଲଗାଣ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଉଦ୍ଧାରକାରୀ ଦଳ ମୁତୟନ ହୋଇଥିବା ବେଳେ 2ଟି ଜେସିବି ଓ ଜଳ ନିଷ୍କାସନ ପାଇଁ ୩ଟି ପମ୍ପ ଲାଗିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଚିଲିକା ବ୍ଲକ ଜରିପଡା ପଞ୍ଚାୟତରେ ପଶିଛି ବନ୍ୟା ଜଳ । କୁସୁମୀ ନଦୀ ବନ୍ଧରେ ଘାଇ ହୋଇଯିବାରୁ ଗାଁରେ ପଶିଛି ବନ୍ୟାଜଳ । ଜରିପଡା ପଞ୍ଚାୟତର ଜଗନ୍ନାଥପୁର ମଣ୍ଡପ ସାହି, ଦଳ ବେହେରା ସାହି, ମାଳିସାହି ଆଦି ୧୩ଟି ଗାଁରେ ପଶିଛି ବନ୍ୟାଜଳ । ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଲୋକ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଚାଲିଛି ୩ରୁ ୪ ଫୁଟ ଉଚ୍ଚତାର ବନ୍ୟା ଜଳ । ଏହା ସହ ଜରିପଡା ମେଡିକାଲ ପରିସରେ ୩ ଫୁଟ ଉଚ୍ଚତାର ବନ୍ୟା ଜଳ ଲହଡି ଭାଙ୍ଗୁଛି ।

ତେଣୁ, ରୋଗୀ ସେବାକୁ ବନ୍ଦ କରାଯାଇଛି । ଏଭଳି ପରିସ୍ଥିତିକୁ ଦେଖି ପ୍ରଶାସନ ତତ୍ପର ହୋଇଉଠିଛି । ପ୍ରଶାସନ ପକ୍ଷରୁ ଜଳ ବନ୍ଦୀ ଥିବା ଲୋକ ମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଜରିପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଟାଙ୍ଗୀ ଅଗ୍ନୀଶମ ବାହିନୀକୁ ମୁତୟନ କରାଯାଇଛି । ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ କରାଯିବ । ଏହା ସହ ପଞ୍ଚାୟତ ପକ୍ଷରୁ ଲୋକ ମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବବସ୍ତ କରାଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Sep 13, 2021, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.