Winter Session of Odisha Assembly: ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ, ସରକାରଙ୍କ ଉପରେ ବର୍ଷିଲେ ନରସିଂହ

author img

By

Published : Nov 24, 2022, 5:37 PM IST

Winter Session of Odisha Assembly

ବିଧାନସଭାରେ (Winter Session of Odisha Assembly) ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ବାଚସ୍ପତିଙ୍କ ରୁଲିଂ ଦାବି କଲେ ନରସିଂହ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ନରସିଂହ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାରେ (Winter Session of Odisha Assembly) ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର ।

ଗୃହରେ ନରସିଂହ କହିଛନ୍ତି ଓଡିଶା ପୋଲିସ ଯାହାକୁ ଛାଡି ଦେଇଥିଲା, ଇଡି ସେମାନଙ୍କୁ ଗିରଫ କରିଛି । ଘଟଣାକୁ ନେଇ କାହିଁକି ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି ଜବାବ ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି । ଏହାସହ ଏନେଇ ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି ନରସିଂହ ।

ଏହାବି ପଢନ୍ତୁ- Assembly Winter session: ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ

ସେହିପରି ବିରୋଧୀ ବିଜେପି ମଧ୍ୟ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଧାନସଭାରେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ପ୍ରସଙ୍ଗକୁ ନେଇ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.