Winter Session of Assembly: ଆରମ୍ଭରୁ ସରଗରମ ବିଧାନସଭା, ପଞ୍ଚାୟତରାଜ ମନ୍ତ୍ରୀ ଆଗତ କଲେ ଅତିରିକ୍ତ ବଜେଟ

author img

By

Published : Nov 24, 2022, 8:58 PM IST

Etv Bharat

ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଏକାଦଶ ତମ ଅଧିବେଶନ (Winter Session of Odisha Assembly ) । ଗୃହ କାର୍ଯ୍ୟ ଆରମ୍ଭରେ ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଶୋକ ପ୍ରସ୍ତାବ ଆଗତ କରିଥିଲେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଏକାଦଶ ତମ ଅଧିବେଶନ (Winter Session of Odisha Assembly ) । ଗୃହ କାର୍ଯ୍ୟ ଆରମ୍ଭରେ ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଶୋକ ପ୍ରସ୍ତାବ ଆଗତ କରିଥିଲେ । ଦିବଂଗତ ସଦସ୍ୟ ବିଜୟ ରଞ୍ଜନ ସିଂହ ବରିହା, ଗୋଲକ ନାୟକ, ବିଷ୍ଣୁ ସଠୀ, ଆଦିକନ୍ଦ ସେଠୀ, କପିଳ ତିଓ୍ବାରୀ ଓ ଗୋପନାରାୟଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Winter Session of Assembly: ଆରମ୍ଭରୁ ସରଗରମ ବିଧାନସଭା, ପଞ୍ଚାୟତରାଜ ମନ୍ତ୍ରୀ ଆଗତ କଲେ ଅତିରିକ୍ତ ବଜେଟ

ଆଜି ଗୃହରେ 50 ପ୍ରତିଶତ ବିଧାୟକ ଉପସ୍ଥିତ ଥିଲେ । ବିଧାନସଭାରେ ବର୍ତ୍ତମାନ 146 ସଦସ୍ୟ ଥିବାବେଳେ ପ୍ରାୟ 70ରୁ ଉର୍ଦ୍ଧ୍ବ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ । ବିଶେଷ କରି ଶାସକ ଦଳର ବିଧାୟକମାନେ ଅନୁପସ୍ଥିତ ରହିଛନ୍ତି । ବିଧାନସଭାରେ ସରକାରୀ ଦଳର ସଦସ୍ୟଙ୍କ ଅନୁପସ୍ଥିତିକୁ ନେଇ ବର୍ଷିଛି ବିଜେପି । ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବାବେଳେ ଖୋଦ ଅର୍ଥମନ୍ତ୍ରୀ ନ ରହିବା ଗୃହ ପାଇଁ ଅସମ୍ମାନ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତରେ ଗୃହରେ ଅନ୍ୟ ମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ଗଣତନ୍ତ୍ରକୁ ହତ୍ୟା । ଏହା ଖାଲି ଗୃହର ନୁହେଁ ରାଜ୍ୟ ପାଇଁ ଦୁର୍ଭାଗ୍ୟ । ବିଧାନସଭାକୁ ପଛରେ ପକାଇ ଉପନିର୍ବାଚନରେ ମାତିବା ବିଜେଡି ପାଇଁ ମହଙ୍ଗା ପଡିବ । ରାଜ୍ୟବାସୀ ସଠିକ ସମୟରେ ଜବାବ ଦେବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ।

ଏହାବି ପଢନ୍ତୁ- Winter Session of Assembly: ପ୍ରଥମ ଦିନ ପ୍ରଥମ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ

କଂଗ୍ରେସ ମଧ୍ୟ ବିଜେପି ସହିତ ସ୍ବର ମିଳାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗଣତନ୍ତ୍ରକୁ ବିଜେଡି ହତ୍ୟା କରୁଛି । ବିଧାୟକଙ୍କର ସ୍ୱାଧୀନତା ନାହିଁ । ବିଧାୟକ ଓ ମନ୍ତ୍ରୀଙ୍କ ମରୁଡି ହୋଇଛି । ଏହା ରାଜ୍ୟ ଲାଗି ଶୁଭଙ୍କର ନୁହେଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ବିଧାୟକଙ୍କୁ ବିଧାନସଭା ଫେରାଇ ଆଣନ୍ତୁ । ଗୃହ କାର୍ଯ୍ୟରେ ସାମିଲ ହେବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଥିବା କହିଛନ୍ତି ତାରା ଅନ୍ୟପକ୍ଷରେ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଅଧିବେଶନ ସମୟରେ ସମସ୍ତ ବିଜେଡି ସଦସ୍ୟ ଗୃହରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନ ସମୟ ଥିଲେ ବି ନିଜେ ଆସି ଗୃହରେ ଭାଗ ନେଇ ଦଳର ବିଧାୟକମାନେ ନିଜ ଅଞ୍ଚଳର ମୁଦ୍ଦା ଉଠାନ୍ତୁ । ଉପସ୍ଥିତ ରହି ପ୍ରଶ୍ନର ଉତ୍ତର ରଖିବାକୁ ବି ମନ୍ତ୍ରୀଗଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାବି ପଢନ୍ତୁ- Winter Session of Odisha Assembly: ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ, ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ଦିଂବଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ସଂଧ୍ୟା 5 ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ପରେ ସଂଧ୍ୟାରେ ବିଧାନସଭା ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ ଆଗତ କରିଥିଲେ । ମୋଟ 16 ହଜାର 800 କୋଟିର ବଜେଟ ଆଗତ କରିଥିଲେ ମନ୍ତ୍ରୀ ଅମାତ । ଏହା ପରେ ପରେ ବରିଷ୍ଠ କଂଗ୍ରେସ ବିଧାୟକ ଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବା ସହ ଇସ୍ତଫା ଦାବି କରିଥିଲେ । ନରସିଂହଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ । ଏତତ ବ୍ୟତୀତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ମଧ୍ୟ ଉଠାଇଥିଲେ । ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା ନାରାବାଜୀ କରିବା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଏହାବି ପଢନ୍ତୁ- Winter Session of Odisha Assembly: 16 ହଜାର 800 କୋଟି ଅତିରିକ୍ତ ବଜେଟ ଆଗତ

ସୂଚନାଯୋଗ୍ୟ ଯେ, ଆଜି ଠାରୁ (24 ନଭେମ୍ବରରୁ) ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଏହା ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.