ଜୁନ ୧ ଯାଏଁ ସକ୍ରିୟ ରହିବ କାଳବୈଶାଖୀ, ୧୭ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ

author img

By

Published : May 28, 2023, 4:38 PM IST

Weather update

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ତାଣ୍ଡବ ରଚୁଛି କାଳବୈଶାଖୀ । ପାଣିପାଗର ଦୁଇଟି ନିୟାମକ ସକ୍ରିୟ ରହିଥିବାରୁ ବର୍ଷା ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ପାଣିପାଗ ସୂଚନା

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗିରହିଛି । ପାଣିପାଗର ଦୁଇଟି ନିୟାମକ ଓଡ଼ିଶାରେ ସକ୍ରିୟ ରହୁଛି । ବାୟୁମଣ୍ଡଳର ୦.୯ କିମି ଉପରେ ତେଲେଙ୍ଗାନା ଓ ତାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହୁଛି । ଏହାସହ ଏକ ନିମ୍ନ ଚାପରେଖା ରହିଛି, ଯାହା ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶରୁ ବାହାରି ତେଲେଙ୍ଗାନାର ରୟାଲ ସୀମା ଦେଇ ଦକ୍ଷିଣ ତାମିଲନାଡୁ ଯାଏ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ: Weather Update: ଜାରି ରହିଛି ଗୁଳୁଗୁଳି, କାଳବୈଶାଖୀ ବର୍ଷା ନେଇ ୧୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଦୁଇ ପ୍ରକାର ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳର ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର । ଏହି ସମୟରେ ପବନର ବେଗ ୪୦ ରୁ ୫୦କିମି ରହିବ । ସେହିପରି ଆସନ୍ତାକାଲି ଉପକୂଳର ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ଶୁଖିଲା ରହିବ । ଏହାକୁ ଦୃଷ୍ଟିରେ ରଖି ୧୭ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପବନର ବେଗ ୪୦ରୁ ୫୦କିମି ରହିବ ।

ଏହା ମଧ୍ୟ ପଢ଼ନ୍ତୁ: ମୌସୁମୀ ପୂର୍ବରୁ ଚାଷୀଙ୍କୁ ଘାରିଲା ଚିନ୍ତା, ଏହି ରାଜ୍ୟମାନଙ୍କରେ ମରୁଡି ଆଶଙ୍କା

ଜୁନ ୧ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ସକ୍ରିୟ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତେବେ ଗଞ୍ଜାମର ଅସ୍କାରେ ସର୍ବାଧିକ ୬୧ ପ୍ରତିଶତ ବର୍ଷା ରେକର୍ଡ ହୋଉଛି । ଗତ ୨୪ ଘଣ୍ଟାରେ ୧୪ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଦିଗରେ ଉପରେ ତାପମାତ୍ରା ରହିଛି । ବଲାଙ୍ଗୀରରେ ସର୍ବାଧିକ ୪୩ .୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.