୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପ୍ରସ୍ତୁତି, ୨୨ରେ ସାମ୍ସ ଷ୍ଟିୟରିଂ କମିଟି ବୈଠକ
Published: Mar 17, 2023, 9:05 AM

୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପ୍ରସ୍ତୁତି, ୨୨ରେ ସାମ୍ସ ଷ୍ଟିୟରିଂ କମିଟି ବୈଠକ
Published: Mar 17, 2023, 9:05 AM
2023-24 ଶକ୍ଷାବର୍ଷ ପାଇଁ ନାମଲେଖା ପ୍ରସ୍ତୁତି ଆରମ୍ଭ ହୋଇଛି । ୟୁଜି ଓ ପିଜି ନାମଲେଖା ପାଇଁ ଆସନ୍ତା 22 ତାରିଖରେ ସାମ୍ସ ଷ୍ଟିୟରିଂ କମିଟି ବୈଠକ ବସିବ । ଅଧିକ ପଢନ୍ତୁ
ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ପ୍ରସ୍ତୁତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖରେ ସାମ୍ସ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ । 2023-24 ଶିକ୍ଷାବର୍ଷରେ ସାମ୍ସ ଜରିଆରେ ସ୍ନାତକ ଏବଂ ସ୍ନାତକୋତ୍ତର ନାମଲେଖା ପ୍ରସ୍ତୁତି ନେଇ ଶିକ୍ଷା ବିଭାଗ ଡେପୁଟି ନିର୍ଦ୍ଦେଶକ ରଜତ କୁମାର ମାନସିଂହ ଚିଠି ଲେଖିଛନ୍ତି ।
ୟୁଜି ପିଜି ନାମଲେଖା ପାଇଁ ଆସନ୍ତା ୨୨ ତାରିଖରେ ଷ୍ଟିୟରିଂ କମିଟିର ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ସାମ୍ସ ଷ୍ଟିୟରିଂ କମିଟି ଅଧ୍ୟକ୍ଷ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ରହିଥିବାବେଳେ ଏଥିରେ ଓକାକ୍ ଜେନେରାଲ ମ୍ୟାନେଜର, ଉଚ୍ଚଶିକ୍ଷା ବିଭାଗ ପିଟିସି ଯୁଗ୍ମ ସଚିବ, ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ, ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ସଚିବ, ଓଏସଏଚଇସି ଏକାଡେମିକ୍ କନସଲଟାଣ୍ଟ ପ୍ରଫେସର ମିହିର କୁମାର ଦାସ, ରାଜଧାନୀ କଲେଜ ଅଧ୍ୟକ୍ଷ, ପୁରୀ ଏସସିଏସ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ଖୋର୍ଦ୍ଧା ପିଏନ୍ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ, ବେସିକ ସାଇନ୍ସ କଲେଜ ଆଡମିସନ୍ ଇନଚାର୍ଜ ଏବଂ ସିଏସଏମ ଟେକ୍ନୋଲୋଜିର ପ୍ରତିନିଧି ସଦସ୍ୟ ରହିଛନ୍ତି । ପିଟିସି ଉପ ନିର୍ଦ୍ଦେଶକ ସଦସ୍ୟ ଆବାହକ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟ, ୨୦୨୨-୨୩ ଶିକ୍ଷାବର୍ଷ ଲାଗି ୟୁଜି ବା +୩ ପ୍ରଥମ ବର୍ଷରେ ନାମଲେଖା ହୋଇଛି । ୩ଟି ପର୍ଯ୍ୟାୟରେ ନାମଲେଖା ପରେ ବି ସିଟ୍ ପୂରଣ ନହେବାରୁ ୪ର୍ଥ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସାମ୍ସର ତଥ୍ୟ ଅନୁସାରେ, ରାଜ୍ୟରେ ୧୦୨୪ ଡିଗ୍ରୀ କଲେଜରେ ରହିଥିବା ମୋଟ୍ ୨,୫୫,୯୧୩ ସିଟରୁ ବର୍ତ୍ତମାନ ସୁଦ୍ଧା ୨,୦୦,୩୦୪ଟିରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୫୫,୬୦୯ ସିଟ୍ ଖାଲି ପଡ଼ିଛି । ସେଥିମଧ୍ୟରେ କଳାରେ ୧୫,୭୦୬, ଫିଜିକାଲ ସାଇନ୍ସରେ ୧୮,୧୩୨, ବାୟୋଲୋଜିକାଲ ସାଇନ୍ସରେ ୮,୨୯୩, ବାଣିଜ୍ୟରେ ୧୦,୩୧୮, ସେହିପରି ସେଲ୍ଫ ଫାଇନାନ୍ସ ବିଭାଗରେ ୫୬୮ ଏବଂ ସଂସ୍କୃତରେ ବିଭାଗରେ ୨,୫୯୨ ସିଟ୍ ଖାଲି ରହିଛି ।
ଏହା ବି ପଢନ୍ତୁ...ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା, ବନ୍ଧା ହେଲେ ଅଭିଯୁକ୍ତ
ଅନ୍ୟପଟେ ସାମ୍ସ ନିୟମ ଉଲ୍ଲଘଂନ କରି 2022-23 ଶିକ୍ଷାବର୍ଷରେ ପିଲାଙ୍କ ନାମ ଲେଖାଇଥିବାରୁ 30ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସାମ୍ସ ନିୟମ ଉଲ୍ଲଙ୍ଘନ କରି ନାମ ଲେଖାଇଥିବାରୁ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ଆଶଙ୍କା ରହିଛି । ସାମ୍ସ ନିୟମ ଉଲ୍ଲଙ୍ଘନ କଲେଜ ଗୁଡିକ ମଧ୍ୟରେ ଅନୁଗୋଳ ଜିଲ୍ଲାର ୨ଟି କଲେଜ, ବାଲେଶ୍ବରରେ ୨ଟି କଲେଜ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ମାଲକାନଗିରି ଓ ନୟାଗଡ଼ରେ ଗୋଟିଏ ଲେଖାଏଁ କଲେଜ, କଟକରେ ୩ଟି ଡିଗ୍ରୀ କଲେଜ, ଖୋର୍ଦ୍ଧା ଓ ପୁରୀରେ ୩ ଟି ଲେଖାଁଏ ଡିଗ୍ରୀ କଲେଜ ଭଳି ଅନ୍ୟ କିଛି ଡିଗ୍ରୀ କଲେଜକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର
